Odiapua.com

ବଦଳିଲେ ୬ଟି ରାଜ୍ୟର ରାଜ୍ୟପାଳ

୬ଟି ରାଜ୍ୟର ରାଜ୍ୟପାଳଙ୍କୁ ବଦଳି କରାଯାଇଥିବା ଏକ ବିଜ୍ଞପ୍ତି ରାଷ୍ଟ୍ରପତି ଭବନରୁ ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ
୧- ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲଙ୍କୁ ଉତ୍ତରପ୍ରଦେଶ ରାଜ୍ୟପାଳ ଭେବେ ନିଯୁକ୍ତି ମିଳିଛି।
୨- ଶ୍ରୀ ଜଗଦୀପ ଧନଖରଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ ନିଯୁକ୍ତି ମିଳିଛି।
୩- ଶ୍ରୀ ରମେଶ ବୈସଙ୍କୁ ତ୍ରିପୁରା ରାଜ୍ୟପାଳ ନିଯୁକ୍ତି ମିଳିଛି।
୪- ବିହାର ରାଜ୍ୟପାଳ ଶ୍ରୀ ଲାଲଜୀ ଟଣ୍ଡନଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ନିଯୁକ୍ତି ମିଳିଛି।
୫ – ଶ୍ରୀ ଫଗୁ ଚୌହାନଙ୍କୁ ବିହାର ରାଜ୍ୟପାଳ ନିଯୁକ୍ତି ମିଳିଛି।
୬ – ଶ୍ରୀ ଆର.ଏନ. ରବିଙ୍କୁ ନାଗାଲାଣ୍ଡ ରାଜ୍ୟପାଳ ନିଯୁକ୍ତି ମିଳିଛି।
ଉପରୋକ୍ତ ରାଜ୍ୟପାଳମାନେ ସେମାନଙ୍କ କାର୍ଯ୍ୟାଳୟରେ ଯୋଗଦେବା ଦିନଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ।