Odiapua.com

ବଦଳିଲେ ମାଡ଼ମରା ଆଇଆଇସି!

ଭୁବନେଶ୍ୱର ୧୦,୦୫,୨୦୧୮(ଓଡ଼ିଆ ପୁୁୁଅ/ଦେବଦତ୍ତ ରଥ):ଶାଶୁ ବୋହୂ କଳହ ଘଟଣାକୁ ନେଇ ଥାନାକୁ ଯାଇଥିବା ମହିଳାଙ୍କୁ ମାଡ଼ ମାରିବା ଘଟଣାର ଅଭିଯୁକ୍ତ ଆଇଆଇସିଙ୍କ ବଦଳି ହୋଇଥିବା ଜଣାପଡ଼ିଛି।ନିମାପଡ଼ା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ ରାତି ୧୧ଟାରେ ଥାନା ଭିତରେ ଧିରପୁର ଦଳେଇ ସାହି ଅଞ୍ଚଳର ବାସନ୍ତୀ ପଳତା ନାମକ ଜଣେ ୭୪ ବର୍ଷୀୟା ମହିଳାଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହେଇଥିଲା।ଏନେଇ ସଂପୃକ୍ତ ମହିଳା ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ଏବଂ ବିଜେପି ମହିଳା ମୋର୍ଚ୍ଚା ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ଅତିରିକ୍ତ ଏସପିଙ୍କୁ ଏହାର ତଦନ୍ତ ଭାର ଦେଇଥିଲେ।