Odiapua.com

ବତୁରି ତଳି ପାଇଁ ବାଧକ ସାଜିଛି ଅତ୍ୟଧିକ ବର୍ଷା, ଖରିଫ ଚାଷର ଭବିଷ୍ୟତକୁ ନେଇ ଆଶଙ୍କାରେ ଚାଷୀ

ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଚାଷୀ କୁଳ ପାଇଁ ଅକ୍ଷୟତୃତୀୟା ହେଉଛି ଏକ ଶୁଭଦିନ ।ଯେଉଁଦିନ କି ଚାଷୀ ଚାଷକାର୍ଯ୍ୟର ଶୁଭାରମ୍ଭକରି ଧାନ ବିହନ ଅନୁକୂଳକରି ବିଲକୁ ନେଇଥାଏ ।ଏହା ପରେ ପରେ ଚାଷୀ ରୁଆ ଚାଷ ପାଇଁ ତଳି ପକେଇବାରେ ଲାଗିପଡ଼େ ।ଆଜକୁ ୧୫ ଦିନ ହେବ ଅକ୍ଷ୍ୟତୃତୀୟ ଗଲାଣି ହେଲେ ଚାଷୀ ଗୋଟିଏବି ବତୁରି ତଳି ପକେଇ ପାରି ନାହିଁ । କାଳବୈଶାଖୀ ଓ ଅସମୟରେ ଅତ୍ୟଧିକ ବର୍ଷା ବତୁରି ତଳି ପାଇଁ ବାଧକ ସାଜିଛି ।ଯାହାଫଳରେ ଚାଷୀ ଖରିପ ଚାଷର ଭବିଷ୍ୟତକୁ ନେଇ ଆଶଙ୍କାରେ ପଡିଯାଇଛି। ସେହିପରି ବର୍ଷା ପାଇଁ ମଧ୍ୟ ଚାଷୀ ବୁଣା ଧାନ ଚାଷ ପାଇଁ ଜମି ପ୍ରସ୍ତୁତ କରିପାରୁ ନାହିଁ ।ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ମୋଟ ୨୨ହଜାର ୬୮୩ ହେକ୍ଟର ଚାଷଜମି ରହିଛି ।ତନ୍ମଧ୍ୟରୁ ୨୦ ହଜାର ୬୩୭ ହେକ୍ଟର ଜମିରେ ଖରିପ ଧାନ ଚାଷ ହେବାକୁ ଚଳିତ ବର୍ଷ ସରକାରୀ ଭାବେ ଲକ୍ଷ୍ୟ ଧର୍ଯ୍ୟକରାଯାଇଛି । ସେଥିମଧ୍ୟରୁ ୫ହଜାର ହେକ୍ଟର ଜମିରେ ବୁଣା ଧାନଚାଷ ହେବାକୁ ଥିବାବେଳେ ରୁଆ ଧାନଚାଷ ପାଇଁ ୧ ହଜାର ୫ଶହ ହେକ୍ଟର ଜମିରେ ତଳି ପଡ଼ିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି ୨୦ ହେକ୍ଟର ଜମିରେ ମକା, ୬୦ ହେକ୍ଟର ଜମିରେ ଝୋଟ,୮୦ ହେକ୍ଟର ଜମିରେ ଧଣିଚା, ୧୭୪୦ହେକ୍ଟର ଜମିରେ ପନିପରିବା,୨୦୬ହେକ୍ଟର ଜମିରେ ବିଭିନ୍ନ ମସଲା ଓ ୨୦ହେକ୍ଟର ଜମିରେ ଆଖୁ ଚାଷ କରାଯିବ ବୋଲି କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।ତେବେ ବର୍ତମାନ ଅତ୍ୟଧିକ ବର୍ଷା ଫଳରେ ଜମିରେ ପାଣି ଠିଆହୋଇରହିଛି ।ବତୁରି ତଳି ପାଇଁ ଜମି ଶୁଖିଲା ରହିବ ଆବଶ୍ୟକ ।ଜମିରେ ପାଣି ରହିଥିବାରୁ ଚାଷୀ ଜମିରେ ବତୁରି ତଳି ପକାଇବାକୁ ହଳକରିପାରୁନି ।ଜମି ଶୁଖିଲା ଥିଲେ ଚାଷି ଜମିକୁ ହଳକରି ଘାସସମାରି ପାଗକରି ତଳି ପକେଇବା ଉପଯୋଗୀକରି ଉଚିତ ସମୟରେ ତଳି ପକେଇ ପାରିଥାନ୍ତା ।ମାତ୍ର ବର୍ଷା ତାହା କରେଇ ଦେଉନାହିଁ ।ଯଦି ପ୍ରତିଦିନ କାଳବୈଶାଖୀ ସହ ବର୍ଷା ରଜ ପର୍ଯ୍ୟନ୍ତ ଲାଗିରୁହେ ତେବେ ଚାଷୀ ବତୁରି ଲଳି ପକେଇବା ସମ୍ଭବ ହେବନାହିଁ ।ଶେଷରେ ଚାଷୀ ବାଧ୍ୟହୋଇ ଆତରାତଳି ପକାଇବ । ବତୁରି ତଳି ବିହନରେ ଯେଉଁ ପରିମାଣରେ ଧାନ ଉତ୍ପାଦନ ହେବା କଥା ଆତରା ତଳି ବିହନରେ ଉତ୍ପାଦନ ପରିମାଣ ହ୍ରାସହେବ ।ଫଳରେ ଚାଷୀ କ୍ଷତିରେ ପଡିବା ସମ୍ଭାବନା ରହିଛି । ବ୍ଲକ କୃଷି ଅଧିକାରୀ ଅମର ପ୍ରସାଦ ସାହୁ କହନ୍ତି ଏପରି ବର୍ଷା ଲାଗିରହିଲେ ଚାଷୀ ମାନେ ବତୁରି ତଳି ପକେଇବା ଅସମ୍ଭବ ହେବ ।ଖରିପ ଚାଷ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି ।