Odiapua.com

ବଣ୍ଡାଘାଟିର ୫ ନାବାଳିକା ଆନ୍ଦ୍ରପ୍ରଦେଶକୁ ଦାଦନ ଶ୍ରମିକ ଭାବେ ଚାଲାଣ ହେଉଥିବା ବେଳେ ଉଦ୍ଧାର

ମାଲକାନଗିରି,୧୩ ।୫ (ଓଡିଆ ପୁଅ) ସମଗ୍ର ବିଶ୍ୱକୁ ମହାମାରିର କରୋନା ଗ୍ରାସ କରିଥିବା ବେଳେ ଏହାର ସୁଯୋଗ ନେଇ ଆଦିବାସୀ ଅଧ୍ୟୁଷିତ ମାଲକାନିଗିରି ଜିଲ୍ଲାରେ କିଛି ମାନବଚାଲାଣ କାରି ଦଲାଲ ସକ୍ରିୟ ହୋଇପଡିଛନ୍ତି । ଏହି ଚାଲାଣ କାରି ଦଲାଲ ଆଦିମ ଜନଜାତି ବଣ୍ଡାସଂପ୍ରଦାୟଙ୍କ ନାବାଳିକା ମାନଙ୍କ ଉପରେ ଏବେ ନଜର ପଡିଛି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ମୁଦୁଲିପଡା ବଣ୍ଡାଘାଟିରୁ ୫ଜଣ ବଣ୍ଡା ଆଦିବାସୀ ସଂପ୍ରଦାୟର ନାବାଳିକାଙ୍କୁ ଆନ୍ଦ୍ରପ୍ରଦେଶ କୁ ଦାଦନ ଶ୍ରମିକ ଭାବେ ଚାଲାଣ କରୁଥିବା ବେଳେ ସେମାନଙ୍କୁ ଚାଇଲ୍ଟ ଲାଇନ ଉଦ୍ଧାର କରିଛି । ଆଜି ସକାଳେ କୁଡୁମୁଲୁଗୁମ୍ମା ବଜାର ମୁଖ୍ୟ ରାସ୍ତାରେ ତହସିଲଦାର ବିଜୟ ମାଣ୍ଡାଙ୍ଗି ଯାନବାହନ ତଲାସୀ କରୁଥିବା ବେଳେ ଗୋଟିଏ ବଲେରୋ ଗାଡିରେ ୫ଜଣ ଝିଅ ବସିଥିବାର ଦେଖିବାକୁ ପାଇଥିଲେ । ସେମାନଙ୍କ ନିକଟକୁ ଯାଇ କେଉଁଆଡକୁ ଯାଉଛ ବୋଲି ପଚାରିବାରୁ ସେମାନେ ଥଙ୍ଗ ଥଙ୍ଗ ହୋଇ କିଛି କହି ପାରିନଥିଲେ । ସନ୍ଦେହ ହୋବାରୁ ଚାଇଲ୍ଟଲାଇନକୁ ଫୋନକରିଥିଲେ । କୁଡୁମୁଲୁଗୁମ୍ମା ଠାରେ ଥିବା ଚାଇଲ୍ଡ ଲାଇନ ସଦସ୍ୟ ସେଠାରେ ପହଁଚି ସେହି ଝିଅ ମାନଙ୍କ ବୟାନ ନେବାରୁ ଜାଣାପଡିଥିଲା, ସେମାନେ ମୁଦୁଲିପଡା ବଣ୍ଡାଘାଟି ଦୁର୍ଗମ ପଡେଇଗୁଡା ଗ୍ରାମର ,ସେମାନଙ୍କ ଘରଚଳିବା ପରିସ୍ଥିତି ଭଲ ନଥିବାରୁ ଓ କରୋନା ସମୟରେ କିଛି କାମ ମିଳୁନଥିବାରୁ ଜଣେ ଲୋକ ସେମାନଙ୍କୁ ଅଧିକ ମଜୁରୀ ମିଳିବ କହି ଆନ୍ଦ୍ରପ୍ରେଦଶକୁ କାମ କରିବାକୁ ନେଉଛନ୍ତି ବୋଲି କହିଥିଲେ । ଚାଇଲ୍ଟଲାଇନ ସଦସ୍ୟ ମାନେ ସେହି ନାବାଳିକା ମାନଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଶିଶୁ ଗୃହକୁ ପଠାଇ ଦେଇଛନ୍ତି । ଜିଲ୍ଲା ଶିଶୁକଲ୍ୟାଣ କମିଟିରେ ସେମାନଙ୍କର କାଉସିଲିଂ ହେବାପରେ ସେମାନଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇ ସେମାନଙ୍କୁ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ଚାଇଲ୍ଟଲାଇନ ପକ୍ଷରୁ କହୁଯାଇଛି । ସୁଚାନା ଯୋଗ୍ୟ ଯେ ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରୁ ପ୍ରତିଦିନ ବାହର ରାଜ୍ୟକୁ ଦଲାଲ ମାନେ ନାବାଳିକା, ନାବାଳକ ମାନଙ୍କୁ ଦାଦନଖଟିବା ପାଇଁ ଚାଲାଣ କରିଥାନ୍ତି । କେତେ ବେଳେ କେମିତି କେବଳ ଚାଲାଣ ହେଉଥିବା ପିଲାମାନଙ୍କୁ ଉଦ୍ଧାର କରାଯାଉଥିବା ବେଳେ ଚାଲାଣ କାରି ଦଲାଲ ମାନଙ୍କୁ ଗିରଫ କରିବା କିମ୍ବା ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉ ନଥିବାରୁ ଏହି ଦଲାଲ ମାନଙ୍କର ସହାସ ବଢି ଯିବା ସହ ସେମାନେ ଅଧିକ ସକ୍ରିୟ ହୋଇଉଠିଛନ୍ତି ।