Odiapua.com

ବଢୁଛି ବୈତରଣୀ ନଦୀରେ ଜଳସ୍ତର

ଭଦ୍ରକ,୦୮/୦୯,(ଓଡ଼ିଆ ପୁଅ ପି ନାଏକ): ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ଜଳସ୍ତର  । ଉପର ମୁଣ୍ତରେ ଲଗାଣ ବର୍ଷା ଯୋଗୁଁ ଗତରାତିରୁ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଭଦ୍ରକ ଜିଲ୍ଲାର ଆଖୁଆପଦା ନିକଟରେ ଶନିବାର ବୈତରଣୀ ନଦୀର ଜଳସ୍ତର ବିପେଦ ସଙ୍କେତ ୧୭.୮୩ ଉପରେ ପ୍ରବାହିତ ହେଉଥିଲା । ଆଜି ସକାଳ ୭ ଟା ସୁଦ୍ଧା ବୈତରାଣୀ ନଦୀର ଜଳସ୍ତର ୧୭.୮୬ ରେ ବନ୍ୟାଜଳ ପ୍ରବାହିତ ହେଉଛି । ଆଖୁଆପଦାଠାରେ ଏହାର ବିପଦ ସଙ୍କେତ ୧୭.୮୩ ରହିଛି ।

କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବା ଫଳରେ ବୈତରଣୀରେ ବନ୍ୟା ପରିସ୍ଥିତି ଦେଖାଯାଇଛି। ଆନନ୍ଦପୁରଠାରେ ସର୍ବାଧିକ ବର୍ଷା ୨୫୫.୨ ମିମି ବର୍ଷା ରେକର୍ଡ କରାଯାଇଛି। । ବୈତରଣୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ନଦୀକୂଳିଆ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ଗତ ୩ ଦିନର ଲଘୁଲାପ ବର୍ଷାରେ ନଦୀର ଜଳସ୍ତର ବୃଦ୍ଧି ପାଉଥିଲା। ଆଜି ଏହାର ଜଳସ୍ତର ବୃଦ୍ଧି ପାଇ ବିପଦ ସଙ୍କେତ ଉପରକୁ ଉଠିବା ପରେ ବିଶେଷକରି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦବାଲି ବ୍ଲକର ନଦୀକୂଳିଆ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ବୈତରଣୀର ବନ୍ଧ ଭାଙ୍ଗିଲେ ଲୋକଙ୍କର ଧନ ଜୀବନ ନଷ୍ଟ ହେବାର ସମ୍ଭାବନା ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି।