Odiapua.com

ବଢୁଛି ତୈଳ ଦର: ଜନତା ପ୍ରଭାବିତ, ବସ୍ ମାଲିକ ଚିନ୍ତିତ

ରାଉରକେଲା ୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଚଳିତ ବର୍ଷର ବଜେଟ ପରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ଏପରିକି ପ୍ରତିମାସରେ ଡିଜେଲ ଓ ପେଟ୍ରୋଲ ଦର ଏକ ପଇସାରୁ ଦୁଇ ପଇସାକୁ ବୃଦ୍ଧି ପାଇବା ପୂର୍ବରୁ ବହୁବାର ନଜିର ରହିଛି। ତୈଳ ଦର ବଢିଲେ ସେହି ଅନୁପାତରେ ବସ ଭଡ଼ାରେ ମଧ୍ୟ ବୃଦ୍ଧି ଘଟୁଛି। ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି ସାଧାରଣ ଜନତା। ଅପରପକ୍ଷରେ ଦ୍ରୁତଗାମୀ ବସ ଚଳାଚଳ କରୁଥିବା ବସ ମାଲିକ ମାନଙ୍କୁ ମଧ୍ୟ ତେଲ ଦର ବଢିବା ଯୋଗୁ ଚିନ୍ତାର ସମ୍ମୁଖୀନ ହେବାକୁ ପଡ଼ିଛି। ବାରମ୍ବାର ତୈଳଦର ବୃଦ୍ଧି ଯୋଗୁ ବସ ଚଳାଚଳରେ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି ବୋଲି କିଛି ବସ ମାଲିକ ମତ ଦେଇଛନ୍ତି। ସହରର କିଛି ବସ ମାଲିକ ବାରମ୍ବାର କ୍ଷତିର ସମ୍ ୁଖୀନ ହୋଇ ଶେଷରେ ଦୂରଗାମୀ ବସ ଚଳାଚଳକୁ ବନ୍ଦ କରିବାକୁ ଏକ ପ୍ରକାର ବାଧ୍ୟ ହୋଇଥିବା ହୋଇଛନ୍ତି!

ପ୍ରକାଶ ଥାଉକି, ନବେ ଦଶକରେ ରାଉରକେଲାରେ ପ୍ରଥମେ ଏକ ଘରୋଇ ବସ୍ ରାଜଧାନୀ ଭୁବନେଶ୍ୱର ଓ କଟକକୁ ଚଳାଚଳ ଆରମ୍ଭ କରିଥିଲା। ସେହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ବସର ଚଳାଚଳ ମଧ୍ୟ କରାଯାଉଥିଲା। ବେସରକାରୀ ବସରେ ଦୂରଯାତ୍ରା ଆରାମଦାୟକ ଥିବାରୁ ଯାତ୍ରୀ ମାନେ ଏହି ସବୁ ବସରେ ଯିବାକୁ ଆଗ୍ରହ ପ୍ରକାଶ କରିବାରେ ଲାଗିଲେ। କାଳକ୍ରମେ ସହରରେ ଦୂରଗାମୀ ବେସରକାରୀ ବସର ସଂଖ୍ୟା ଚାହିଦା ଅନୁସାରେ ବଢିବାରେ ଲାଗିଲା। ବର୍ତମାନ ରାଉରକେଲାରୁ ହାରାହାରି ୫୦ରୁ ଉର୍ଦ୍ଧ ବେସରକାରୀ ବସ ରାଜ୍ୟର ବିଭିନ୍ନ ଅଂଚଳ ଯେପରି କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର, ବାରିପଦା, ପୁରୀ, ଜଗତସିଂହପୁର, ପାରାଦୀପ, ପଟ୍ଟାମୁଣ୍ଡାଇ, କୋରାପୁଟ, ନୟାଗଡ଼, କେନ୍ଦ୍ରାପଡ଼ା ଆଦି ଅଂଚଳ ଚଳାଚଳ କରୁଥିବା ପ୍ରତ୍ୟହ ରାତ୍ରୀରେ ଦେଖିବାକୁ ମିଳୁଛି। ସହରରେ ପ୍ରତିଦିନ ସଂଧ୍ୟା ୬ଟାରୁ ରାତ୍ରି ୧୦ଟା ଯାଏ ଦୂରଗାମୀ ବସ ଗୁଡ଼ିକ ଯାତ୍ରୀ ମାନଙ୍କୁ ନେଇ ଗନ୍ତବ୍ୟସ୍ତଳରେ ଯାତ୍ରା କରୁଛନ୍ତି। ଅପରପକ୍ଷରେ ବହୁ ଗୁଡ଼ିଏ ବେସରକାରୀ ବସ ହୋଇଯିବା କାରଣରୁ ସବୁ ସମୟରେ ବସରେ ଉର୍ଦ୍ଦିଷ୍ଟ ସିଟ ସଂଖ୍ୟା ପୂର୍ଣ୍ଣ ହେଉନାହିଁ। ଫଳରେ ବସ ମାଲିକ ମାନଙ୍କୁ କ୍ଷତିର ସମ୍ ୁଖୀନ ହେବାକୁ ପଡୁଛି। ତୈଳ ଦରରେ ବୃଦ୍ଧି ଯୋଗୁ ମଧ୍ୟ ବସ ଗୁଡ଼ିକ ପ୍ରଭାବିତ ହେଉଛି। ସେହିପରି ପ୍ରତି ମାସରେ ବସର ମେଟାଂନାସ ଖର୍ଚ୍ଚରେ ବହୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ବୋଲି ସାରନଗରୀ ଅଂଚଳରେ ରହୁଥିବା ଏକ ଦୂରଗାମୀ ବସ୍ ର ସତ୍ୱାଧିକାରୀ ପ୍ରକାଶ କରିଛନ୍ତି। ବସ ପିଛା ମାସକୁ ଟାୟାର ଖର୍ଚ୍ଚ, ଇଂଜିନ ଅୟଲ ଓ ଅନ୍ୟାନ ଯନ୍ତ୍ରାଂଶର ମରାମତି ପାଇଁ ଖର୍ଚ୍ଚ ହୋଇଥାଏ। ବସ ଚାଳକ, ବସ କଣ୍ଡକ୍ଟର, ହେଲପର ପାଉଣା ଦେବା ପରେ ଟା୍ୟାକ୍ସ ବାବଦକୁ ମାସିକ ଭରଣା କରିବାକୁ ପଡିଥାଏ।

ଏସବୁକୁ ଦୃଷ୍ଟି ଦେଲେ, ବସ ଚଳାଚଳ ବେପାରରେ ସେତେଟା ଆଶାଜନକ ଲାଭ ହୋଇ ପାରୁନଥିବା କିଛି ବସ ମାଲିକ ପ୍ରକାଶ କରିଛନ୍ତି। ଦୂରଗାମୀ ବସର ଟିକେଟ ଯାତ୍ରୀ ମାନେ କିଭଳି ସୁବିଧା ଓ ସହଜରେ ପାଇପାରିବେ, ଏଥିନେଇ ସହରରେ ରହିଛି ୧୯ରୁ ଉର୍ଦ୍ଧ ଟିକେଟ କାଉଂଟର। ଏହି କାଉଂଟର ଗୁଡ଼ିକରେ ଯାତ୍ରୀ ମାନଙ୍କୁ ଅଗୀମ ସଂରକ୍ଷଣ ବସ ଟିକେଟ ମିଳି ପାରିଥାଏ। ଏକ ବସ ଟିକେଟ ବାବଦକୁ ଟିକେଟ ବିକ୍ରୀ କରୁଥିବା ଏଜେଂଟ ଜଣଙ୍କ ୨୦ରୁ ୩୦ ଟଙ୍କା କମିଶନ ଅର୍ଥ ରଖିଥାଏ। ବାକି ଅର୍ଥ ବସ ମାଲିକଙ୍କ ଖାତାକୁ ଯାଏ। ସେହିଭଳି ଖରାଛୁଟି, ରଜ, ଦୁର୍ଗାପୂଜା, ଖ୍ରୀଷ୍ଟମାସ ଛୁଟିରେ ପ୍ରାୟ ଦ୍ରୁତଗାମୀ ବସ ଗୁଡ଼ିକରେ ସିଟ ପୂର୍ଣ୍ଣ ରହୁଥିବା ବେଳେ, ବର୍ଷର ଅନ୍ୟ ସମୟରେ ଦ୍ରୁତଗାମୀ ବସରେ ହାରାହାରି ୪୦ରୁ ୪୫ ଯାତ୍ରୀ ଯିବା ଆସିବା କରିବା ଦେଖିବାକୁ ମିଳେ। ଯାହାକି ବସ୍ ଚଳାଚଳ ବେପାରକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ। ବସ ଗୁଡ଼ିକ ରାତ୍ରୀରେ ଯାତ୍ରା କରିବା ସମୟରେ ମଧ୍ୟ ଟୋଲ ଗେଟ ଟ୍ୟାକ୍ସ ଓ ଅନ୍ୟାନ ଖର୍ଚ୍ଚ ଦେବାକୁ ପଡ଼ିଥାଏ ବୋଲି ଏକ ଘରୋଇ ବସର ଚାଳକ ପ୍ରକାଶ କରିଛନ୍ତି। ଏପରିସ୍ଥଳେ ୍ ତୈଳଦର ବୃଦ୍ଧି ଯୋଗୁ ସାଧାରଣ ଜନତା ଓ ଦ୍ରୁତଗାମୀ ବସ ୍ ମାଲିକ ପ୍ରଭାବିତ ହେବା ଆଶଙ୍କାକୁ ସଂପୂର୍ଣ୍ଣ ଭାବେ ଏଡାଇ ଦିଆଯାଇ ନପାରେ।