ଭୁବନେଶ୍ଵର,୧୫/୧୦,(ଓଡ଼ିଆ ପୁଅ ପି ନାଏକ): କ୍ଷୀର ପରେ ଏବେ ପୁଣି ବଢିଲା ଛେନା ଓ ପନିର ଦର । ଯାହାକୁ। ନେଇ ଏବେ ଘୋର ଚିନ୍ତାରେ ଗ୍ରାହକ ଓ ହୋଟେଲ ବ୍ୟବସାୟୀ । ତେବେ ଏବେ ଛେନା କିଲୋଗ୍ରାମ ପିଛା ୧୫ ଟଙ୍କା ବୃଦ୍ଧି ପାଇଥିବା ବେଳେ ପନିର୍ ଦର କିଲୋଗ୍ରାମ୍ ପିଛା ୧୮ ଟଙ୍କା ବୃଦ୍ଧି ପାଇଛି। ଓମ୍ଫେଡ୍ କ୍ଷୀର ଦର ବଢ଼ିବା ପରେ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ଛେନା ଦର ବୃଦ୍ଧି କରିଛନ୍ତି । ଏଣୁ ପୂର୍ବରୁ ୧୬୦ ଟଙ୍କା ଦରରେ ବିକ୍ରି ହେଉଥିବା ଛେନା ୧୮୦ ଟଙ୍କା ହୋଇଛି। ସେହିଭଳି ୨୨୦ ଟଙ୍କା ଦରରେ ବିକ୍ରି ହେଉଥିବା ପନିର ୨୪୦ ଟଙ୍କା ହୋଇଛି। ଆଜି ସହିଦ ନଗରସ୍ଥିତ ବାପୁ ରେଷ୍ଟୁରାଣ୍ଟ ପରିସରରେ ସମିତିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ସହ ସମସ୍ତ ଚାଷୀଙ୍କୁ ଏ ବାବଦରେ ଅବଗତ କରାଯାଇଛି।