Odiapua.com

ବଡ ସରକାର ବାବାଙ୍କ ୧୦ମ ବାର୍ଷିକ ଫାତେହା ପ୍ରସ୍ତୁତି ବୈଠକ

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାଇପାସ ରୋଡ ସ୍ଥିତ ସରକାର ନଗର ଗୁଲସନେ ଗୌସପାକ (ଖାନକାହା) ଠାରେ ବଡ ସରକାର ବାବାଙ୍କ ୧୦ମ ବାର୍ଷିକ ଫାତେହା ପାଇଂ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକ ଖାନକାହା ଗୁଲସନେ ଗୌସପାକ ଟ୍ରଷ୍ଟି ର ସଭାପତି ହାଜି ଶେଖ ମହମ୍ମଦ ଇସାକ ଙ୍କ ସଭାପତି ରେ ଫଓତେହା ଉତ୍ସବ ର କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇ ସିଦ୍ଧାନ୍ତ ହେଲା ଯେ ବଡ ସରକାର ବାବାଙ୍କ ବାର୍ଷିକ ଫଓତେହା ଚଳିତ ସେପ୍େଟମ୍ବର ମାସ ୨୩ ଓ ୨୪ ତାରିଖରେ ହେବ ଓ ସେପ୍େଟମ୍ବର ୨୩ ତାରିଖ (ସୋମବାର) ଅପରାହ୍ନ ୪ ଘଟିକା ଠାରୁ ରାତ୍ରି ୧୦ ଘଟିକା ପର୍ଯ୍ୟନ୍ତ ଫାତେହା (ଭୋଗ ) ପାଇଂ ଭକ୍ତ ମାନଙ୍କ ଠାରୁ ଫଳ ଗ୍ରହଣ କରାଯିବ ଏବଂ ରାତ୍ରି ୧୧ ଘଟିକା ରୁ ଫଳ କଟା ଆରମ୍ବ ହେବ ଓ ସେପ୍େଟମ୍ବର ୨୪ ତାରିଖ (ମଙ୍ଗଳବାର) ସକାଳ ନମାଜ ପାଠ ପରେ କୋରାନ ଖାନୀ , ମିଲାଦ ସରିଫ , ଫାତେହା କାର୍ଯ୍ୟକ୍ରମ କରାଯାଇ ଲଙ୍ଗର (ଫଳ ବଂଟନ ) କରାଯିବ ଓ ଭକ୍ତ ମାନଙ୍କ ଦ୍ୱାରା ବାବାଙ୍କ ଚାଦର ପୋଷି ସହିତ ବାବାଙ୍କୁ ଦର୍ଶନ କରିପାରିବେ ଓ ସରକାର ବାବାଙ୍କ ପାଖରେ କୌଣସି ଭେଦ ଭାବ ନାହିଁ , ସବୁ ଧର୍ମର ଲୋକମାନେ ବାବାଙ୍କୁ ଦର୍ଶନ କରିପାରିବେ ଓ ଭାଇଚାରା ସହର ଭଦ୍ରକ ରେ ସରକାର ବାବାଙ୍କ ବାର୍ଷିକ ଫାତେହା ଉତ୍ସବ କୁ ସମସ୍ତେ ଶାନ୍ତି ଓ ଶୃଙ୍ଖଳା ସହିତ ପାଳନ କରିବା ଏବଂ ସବୁ ପ୍ରକାର ସହଯୋଗ ପାଇଂ ନିବେଦନ କରିଛନ୍ତି ଟ୍ରଷ୍ଟି ର ସମ୍ପାଦକ ଶେଖ ଅତା ମୋହିଦ୍ଦିନ ପ୍ରେସ କୁ ଜଣାଇଛନ୍ତି ଏବଂ ଏହି ବୈଠକ ରେ ଟ୍ରଷ୍ଟ ର ସଭ୍ୟ ମିର୍ଜା ସୈଫୁଦ୍ଦିନ , ମୁଲ୍ଲା ମହମ୍ମଦ ଫଜ଼ଲେ ହକ ଓ ମୁଲ୍ଲା ଫୁରକାନ ପ୍ରମୁଖ ଯୋଗଦାନ କରିଥିଲେ ଓ