Odiapua.com

ବଡ଼ ଡ୍ରଗ୍ସ ବିବାଦରେ ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁର ଗିରଫ

ନୂଆ ଦିଲ୍ଲୀ ୧୩-୬ (ଓଡ଼ିଆ ପୁଅ) ଏକ ବଡ଼ ଡ୍ରଗ୍ସ ବିବାଦରେ ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁରଙ୍କୁ ପୋଲିସ ଗିରଫ କରିଛି। ରବିବାର ରାତିରେ ଏକ ପାର୍ଟୀରେ ଡ୍ରଗ୍ସ ସେବନ କରୁଥିବା ଅଭିଯୋଗ ହେବା ପରେ ତାଙ୍କୁ ବେଙ୍ଗାଲୁରୁରେ ଅଟକ ରଖାଯାଇଛି। ANI ରିପୋର୍ଟ ଅନୁଯାୟୀ ଏକ ହୋଟେଲରେ ଏକ ରେଭ୍ ପାର୍ଟୀରେ ପୋଲିସ୍ ରେଡ୍‌ ସମୟରେ ଏହି ଅଭିନେତାଙ୍କୁ ଅଟକ ରଖାଯାଇଥିଲା। ବେଙ୍ଗାଲୁରୁ ପୋଲିସ ନିଶ୍ଚିତ କରିଛି ଯେ ନିଶା ସେବନ କରିଥିବା ୬ ଜଣଙ୍କ ମଧ୍ୟରେ ସିଦ୍ଧାନ୍ତ କପୁର ଅଛନ୍ତି।
ସିଦ୍ଧାନ୍ତ କପୁର ଡ୍ରଗ୍ସ ପରୀକ୍ଷାରେ ପଜିଟିଭ୍ ଆସିଛନ୍ତି।

ସୂଚନାଯୋଗ୍ୟଯେ, ଶ୍ରଦ୍ଧା କାପୁରଙ୍କ ଭାଇ ତଥା ଶକ୍ତି କାପୁରଙ୍କ ପୁଅ ସିଦ୍ଧାନ୍ତ କାପୁର ‘ଭାଗମ ଭାଗ’, ‘ଚୁପ୍‌କେ ଚୁପକେ’ ଏବଂ ‘ଭୁଲ ଭୁଲେୟା’ ଭଳି ଚଳଚ୍ଚିତ୍ରରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି। ସେ ‘ଜଜବା’, ‘ହସିନା ପାର୍କର’ ଏବଂ ‘ଚେହେରେ’ ଭଳି ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।