Odiapua.com

ବଡ଼ିବିଲଡ଼ିଂ : ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ବିଚାରକ ହେଲେ ସୁମିତ୍ରା

ଭୁବନେଶ୍ୱର ୪-୧୦ (ଓଡ଼ିଆ ପୁଅ) : ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଏକ ଭଲ ଖବର। ବଡ଼ିବିଲଡ଼ିଂରେ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ବିଚାରକ ହେବାର ଗୌରବ ଅର୍ଜନ କରିଛନ୍ତି ସୁମିତ୍ରା ତ୍ରିପାଠୀ। ସୁମିତ୍ରାଙ୍କ ଏଭଳି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଖାଲି ବଡ଼ିିବିଲଡ଼ିଂ ନୁହେଁ ଫିଜିକ ସ୍ପୋର୍ଟସରେ ମଧ୍ୟ ସେ ଅନ୍ତର୍ଜାତୀୟ ବିଚାରକ ହେବାର ସୌଭାଗ୍ୟ ପାଇଛନ୍ତି। ସେ ଏବେ ଓଡ଼ିଶା ବଡ଼ି ବିଲଡ଼ିଂ ଆସୋସିଏସନର ସଭାପତି ଅଛନ୍ତି। ସେହିପରି ପୂର୍ବରୁ ସେ ବଡ଼ିବିଲଡ଼ିଂରେ ଜାତୀୟ ବିଚାରକ ଭାବେ ମଧ୍ୟ ବେଶ ସୁନାମ ଅର୍ଜନ କରିଛନ୍ତି।

ସାଧାରଣତଃ ପୁରୁଷମାନେ ହିଁ ବଡ଼ିବିଲଡ଼ିଂ କରିଥା’ନ୍ତି। କିନ୍ତୁ ଖୁବ କମ ମହିଳା ଏକ୍ଷେତ୍ରରେ ପାଦ ଦେଇ ଅନ୍ୟକୁ ଚମକାଇ ଦେବାରେ ସଫଳ ହୋଇଛନ୍ତି। ସୁମିତ୍ରା ବଡ଼ିବିଲଡ଼ିଂରେ ଅନ୍ତର୍ଜାତୀୟ ବିଚାରକ ହେବା ସହ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଫଳରେ ଆଗକୁ ମହିଳାମାନେ ବଡ଼ିବିଲଡ଼ିଂ ପ୍ରତି ଆକର୍ଷିତ ହେବେବୋଲି ଆଶା କରାଯାଉଛି। ଏବେ ସେ ଇଣ୍ଡୋନେସିଆରେ ଥିବାବେଳେ ଆସନ୍ତା ୭ରେ ସେ ଭୁବେନଶ୍ୱର ଫେରିବେ ବୋଲି ଜାଣିବାକୁ ମିଳିଛି।