Odiapua.com

ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୭ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ

ବଡ଼ବିଲ, ତା ୦୪ ନଭେମ୍ବର (ଓଡିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୨୭ ତମ ବାର୍ଷିକ କ୍ରୀଡା ସକାଳ ୭ଘଟିକା ୩୦ ମିନିଟ ସମୟରେ ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଗୁପ୍ତ ପ୍ରାସଦଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବଡ଼ବିଲ ତହସିଲଦାର ମାନନୀୟ ଶ୍ରୀଯୁକ୍ତ କ୍ଷୀରୋଦ କୁମାର ବେହେରା ଯୋଗ ଦେଇ ବାର୍ଷିକ କ୍ରୀଡାକୁ ଉଦଘାଟନ କରିଥିଲେ। ଅତିଥି ଭାବରେ ମାନନୀୟ ଶ୍ରୀଯୁକ୍ତ ଶୈଳେଶ ଚନ୍ଦ୍ର କର୍ମକାର ଉପସ୍ଥିତ ରହି ସ୍ୱାଗତ ଭାଷଣ ଦେଇଥିଲେ। ଏଥିସହ ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସଂପାଦକ ଶ୍ରୀଯୁକ୍ତ ଜଗବନ୍ଧୁ କର ଓ ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ ଡମ୍ବରୁଧର ମହାନ୍ତ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଗୁରୁମା ଶ୍ରୀମତୀ ରଶ୍ମିରେଖା ନାୟକ ବିଗତ ବର୍ଷର ସର୍ବଶେଷ୍ଟ ଖେଳାଳୀ ସୁଶ୍ରୀ ସୌମ୍ୟା ନାଏକଙ୍କୁ ଶପଥ ପାଠ କରାଇଥିଲେ। ବନ୍ଦନା କାର୍ଯ୍ୟକ୍ରମ ପରେ ଜ୍ୟୋତି ପ୍ରବେଶ ସ୍ୱାଗତ ଭାଷଣ ଓ ନୃତ୍ୟ, ଶାରୀରିକ ପ୍ରଦର୍ଶନ କରାଯାଇଥିଲା। ଶିଶୁମାନଙ୍କୁ ଶିଶୁବର୍ଗ, ବାହବର୍ଗ, କିଶୋରବର୍ଗ ତଥା ଭାଇ ଓ ଭଉଣୀ ବିଭାଗରେ ଭାଗ କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୁଇଦିନ ଧରି ୧୦୦ମିଟର ଦୌଡ, ୨୦୦ମିଟର ଦୌଡ଼, ୧୫୦ମିଟର ଦୌଡ଼, ଲମ୍ବଡିଆଁ, ଉଚ୍ଚଡିଆଁ, ଗୋଳାଫିଙ୍ଗା, ଆଳୁଚାମଚ, ବାଧା ଦୌଡ଼, ବାଇଗଣ ଦୌଡ଼, ସଂଗୀତ ଚୌକି, ଯୋଗାସନ ଆଦି ଖେଳ ଅନୁଷ୍ଠିତ ହୋଇଅଛି। ବଡ଼ବିଲ ସେବାଗ୍ରୁପର ପ୍ରତିନିଧି ମାନନୀୟ ଶ୍ରୀଯୁକ୍ତ ରାମ କୁମାର କର୍ମକାର ତାଙ୍କ ନିଜ ଆଗ୍ରହରେ ଗୋଟିଏ ଆମ୍ବୁଲାନ୍ସ କ୍ରୀଡା ନିମନ୍ତେ ଯୋଗେଇ ଦେଇଛନ୍ତି। ବିଦ୍ୟାଳୟର ପ୍ରମୁଖ ଶ୍ରୀମାନ ଜନାର୍ଦ୍ଦନ ମହାନ୍ତ ତଥା ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ରହି ସେମାନଙ୍କ ସହଯୋଗରେ କ୍ରୀଡା ପରିଚାଳିତ ହେଇଥିଲା।