Odiapua.com

ବଡରମ୍ପାସ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ

ହାଟଡ଼ିହି-୨୪ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି । ପଞ୍ଚାୟତ ବିଜେଡି ସଭାପତି ବଳରାମ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ କାବେରୀ ସାହୁ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ , ସମ୍ମାନୀତ ଅତିଥିଭାବେ ବ୍ଲକ ସଭାପତି ସୁରେନ୍ଦ୍ର କୁମାର ଜେନା, ଶ୍ରୀଧର ସାହୁ, ରବିନ୍ଦ୍ର ଯେନା, ଭୀମସେନ ପେରେଇ, ବୁନୁ ପାତ୍ର ପ୍ରମୁଖ ଯୋଗଦେଇ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହିତ ଏହି ଯୋଜନା ଦ୍ୱାରା ଲୋକମାନେ କିପରି ଉପକୃତ ହେବେ ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ । ପ୍ରଥମକରି ସାରା ଭାରତବର୍ଷରେ ଏକମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେକି ଏପରି ଏକ ଜନମଙ୍ଗଳ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଯାହାକି ଗରିବ ଲୋକମାନଙ୍କ କାମରେ ଲାଗିପାରିବ ବୋଲି ବିଧାୟକ ଶ୍ରୀଯୁକ୍ତ ସେଠୀ ମତବ୍ୟକ୍ତ କରିଥିଲେ । ବିଶେଷକରି ଏହି କାର୍ଡ ଅନ୍ୟ କାହା ହାତକୁ ନଦେବାପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପିଇଓ ମହେଶ୍ୱର ସାହୁ, ଜିଆରଏସ ନିରୁ ସାହୁ, ପାର୍ଥ ସୌରଭ ସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମାନସୀ ସାହୁ, ସୁକାନ୍ତୀ ବେହେରା,ତିୀଳୋତ୍ତମା ବେହେରା, ସୁନୀତା ବେହେରା, ଗୋବିନ୍ଦ ସାହୁ ପ୍ରମୁଖଙ୍କୁ ଅତିଥିମାନେ କାହଁ ବଣ୍ଟନ କରିଥିଲେ । ଏହି ପଞ୍ଚାୟତରେ ମୋଟ ୧୫୨୭ଜଣ ରେସନକାର୍ଡଧାରୀଙ୍କୁ ସ୍ମାର୍ଟକାର୍ଡ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ସୁଚନା ଦେଇଛନ୍ତି ।