Odiapua.com

ବଡରମ୍ପାସ ଗ୍ରାମରେ ମାସ୍କ ବଣ୍ଟନ

ହାଟଡିହି- ୭ /୫/ କରୋନା ଭୁତାଣୁ ଏବେ ସାରା ବିଶ୍ୱରେ ହାହା କାର ସୃଷ୍ଟି କରିଥିବାବେଳେ ଏବେ ଭାରତରେ ମଧ୍ୟ ତାର କାୟା ବିସ୍ତାର କରି ଚାଲିଛି । ତେଣୁ କରୋନା ଭଳି ମହାମାରୀକୁ ରୋକିବା କ୍ଷେତ୍ରରେ ମାସ୍କର ଭୁମିକା ସବୁଠାରୁ ଗୁରୁତ୍ୱପୁର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରେ ମହାବୀର ୟୁଥକ୍ଲବ ପକ୍ଷରୁ ମାସ୍କ ବଣ୍ଟନ କରାଯିବା ସହିତ ଲୋକମାନଙ୍କୁ ଘରେ ରୁହ ସୁସ୍ଥ ରୁହ ଓ ଦିନକୁ ୭ରୁ ୮ଥର ହାତଧୁଅ ବୋଲି ଘରଘର ବୁଲି ସଚେତନ କରାଇଥିଲେ । ଏଥିରେ ଚୈତନ୍ୟ ଜେନା, ସତ୍ୟବାନ ସାହୁ, ସୁଦର୍ଶନ ବେହେରା, ରଙ୍ଗାଧର ଦାସ, ଶ୍ରୀଧର ସାହୁ, ଶ୍ରୀକାନ୍ତ ସାହୁ, ଜନ୍ମେଜୟ ବେହେରା, ଆଲୋକ ମଣ୍ଡଳ, ସୌମ୍ୟ ରଞ୍ଜନ ସାହୁ, ରାଜୀବ ଲୋଚନ ସାହୁ, ପାର୍ଥସୌରଭ ସାହୁ, ମନୋରଞ୍ଜନ ଓଝା, ସୌମ୍ୟରଞ୍ଜନ ଓଝା, ଗୋପାଳ ସାହୁ, ଅନ୍ତର୍ଯ୍ୟାମୀ ସାହୁଙ୍କ ସମେତ ସମସ୍ତ ସଦସ୍ୟମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।