Odiapua.com

ବଞ୍ଚୋ ଗ୍ରାମବାସୀ ଙ୍କ ପକ୍ଷରୁ ଗଲୱାମା ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ହାତଡ଼ିହି-୨୨/୬/ ହାତଡ଼ିହି ବ୍ଲକ ବଞ୍ଚୋ ଗ୍ରାମରେ ଆଜି ସନ୍ଧ୍ୟାରେ, ମା ବରାହୀ ଙ୍କ ପ୍ରାଙ୍ଗଣ ରେ ,ଲଦାଖର ଗଲୱାମା ରେ ଦେଶପାଇଁ ସହିଦ ହୋଇଥିବା ୨୦ଜଣ ବୀର ସୈନିକଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଏକ ନିରବ ପ୍ରାର୍ଥନା ଓ କ୍ୟାଣ୍ଡେଲ ରାଲି ହୋଇଥିଲା।
ପ୍ରଥମେ ଦେଶ ମାତୃକା ସେବାରେ ଯବାନ ଙ୍କ ଭୂମିକା ଅତ୍ୟନ୍ତ ଉଚ୍ଚରେ ବୋଲି ଏକ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା। କୋରନା ର ନିୟମ ଅନୁଯାୟୀ ବହୁତ କମ ଲୋକଙ୍କ ଗ୍ରହଣ ରେ ଏହା ଅନୁଷ୍ଠିତ ହୋଇଥିଲା।
ସୁଶାନ୍ତ ବିଶ୍ୱାଳ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ପ୍ରତିନିଧି ଶଶାଙ୍କ ଶେଖର ପୁହାଣ, ଜ୍ଞାନ ରଞ୍ଜନ ସାମନ୍ତସିଂହାର ସହିଦଙ୍କ ଆତ୍ମାର ସଦ୍ଗତି ପାଇଁ ଏକ ନିରବ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ଏଥିରେ ମହେଶ୍ୱର ରାଉତ,ଚିତ୍ତ ରଞ୍ଜନ ପଟନାୟକ, ସୁଭାଦ୍ରୀ ବଳିୟାରସିଂ,ମୁକେଶ ରାଉତ,ସୁରେନ୍ଦ୍ର ବିଶ୍ୱାଳ,କୋଲ ଜେନା,ଆଦିତ୍ୟ ପଟ୍ଟନାୟକ,ସରୋଜ ରାଉତ,ସୁରେଶ ରାଉତ,ସୁଜିତ ଜେନା,ବିକାଶ ଜେନା,ପହଲା ଜେନା ଓ ଗ୍ରାମର ବହୁ ଯୁବକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।