ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ଥାନା କାଁପଡା ପଞ୍ଚାୟତ ଅଧୀନ ତଳକାଁପଡା ଗ୍ରାମରେ ଜେମାମଣୀ ମଳିକ (୬୦) ନାମ୍ନୀ ଜଣେ ବୃଦ୍ଧାଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ, ଆଜି ଅପରାହ୍ନ ୩.୩୦ ମିନିଟ୍ ସମୟରେ ଜେମାମଣୀ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସଶ ପାଇଁ ତିହିଡି ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏ ସଂପର୍କରେ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁ ଖବର ପାଇ ବ୍ଲକ୍ ଅଧ୍ୟକ୍ଷା ଅବନ୍ତି ଦାସ, ସମାଜସେବୀ ପ୍ରଫୁଲ୍ଲ ଦାସଙ୍କ ସମେତ ବହୁ ଗ୍ରାମବାସୀ ଡାକ୍ତରଖାନାରେ ପହଞ୍ôଚ ମୃତା ବୃଦ୍ଧାଙ୍କ ପରିବାରକୁ ବିଭିନ୍ନ କାର୍ଯ୍ୟରେ ସହାୟତା କରିଥିଲେ । ବୃଦ୍ଧାଙ୍କ ମୃତ୍ୟୁପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।