Odiapua.com

ବଜ୍ରାଘାତରେ ବିଜେଡି ନେତାଙ୍କ ପରଲୋକ

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧୀନ କୁଆଁରଚତର ଗ୍ରାମର ବରିଷ୍ଠ ବିଜେଡି ନେତା ଦାମୋଦର ମହାନ୍ତି (୬୨)ଙ୍କର ବୁଧବାର ଅପରାହ୍ନରେ ବଜ୍ରାଘାତରେ ପରଲୋକ ହୋଇଯାଇଛି । ପ୍ରକାଶ ଯେ, ଦାମୋଦର ଅପରାହ୍ନରେ ଘରୁ ପଦାକୁ ଯାଇଥିଲେ । ଏହି ସମୟରେ ବଜ୍ରପାତ ହେବାରୁ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱର୍ଗତ ମହାନ୍ତି ବିଜେଡିର ଜଣେ ପୁରୁଖା ନେତା ଭାବେ ଦଳର ସଂଗଠନକୁ ସୁଦୃଢ଼ କରିବା ସହିତ ବିଭିନ୍ନ ସମାଜସେବା କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ କରିଥିଲେ । ତାଙ୍କ ଆକସ୍ମିକ ମୃତ୍ୟୁ ଖବର ପାଇ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ବିଜୟ ନାୟକ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲାପରିଷଦ ସଭ୍ୟ ଅମୂଲ୍ୟ ମାଝୀ ଓ ସୁଶ୍ରୀ ବିଦ୍ୟୁତଲତା ନାୟକ, ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡା, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ନାୟକ, ସରପଞ୍ଚ କ୍ଷୀରାବ୍‌ଧୀତନୟା ମଳିକ, ସମିତିସଭ୍ୟ କୈଳାସ ମାଝୀ, ପୂର୍ବତନ ସରପଞ୍ଚ ମାନସ ସାହୁ, ସମବାୟ ସମିତି ସଭାପତି ମାନସ ନାୟକ, ପୂର୍ବତନ ସମିତିସଭ୍ୟ ଲିଙ୍ଗରାଜ ନାୟକ, ବିଜେଡି ନେତା ସରୋଜ ନାୟକ, ନରେନ୍ଦ୍ର ମହାରଶା, ମୂରଲୀଧର ମାଝୀ, ଲକ୍ଷ୍ମୀକାନ୍ତ ବଳ ପ୍ରମୁଖଙ୍କ ସହିତ ବହୁ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।