ବ୍ରହ୍ମପୁର: ୧୫/୦୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଭଞ୍ଜନଗର ବ୍ଲକର ମହାଗୁଡା ଗ୍ରାମରେ ଆଜି ଅପରାହ୍ନରେ ବର୍ଷା ସହ ବଜ୍ରାଘାତ ହେବା ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି। ଵିଲରେ ଧାନ ରୁଆ ଚାଲିଥିବାରୁ ମହିଳା ମାନେ ସେଥିରେ ନିୟୋଜିତ ଥିଲେ। ଆହତ ମହିଳାମାନଙ୍କୁ ଭଞ୍ଜନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି। ଏହି ଘଟଣା ନେଇ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅନୁଧ୍ୟାନ ଚଳାଇଛନ୍ତି।