Odiapua.com

ବଜ୍ରାଘାତରେ ଐତିହାସିକ ବିରଞ୍ôଚନାରାୟଣ ମନ୍ଦିର ଫାଟି ଖସିଲା ପଥର

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ପଞ୍ଚାୟତ ଅଧିନ ପାଳିଆସ୍ଥିତ ଐତିହାସିକ ବିରଞ୍ôଚନାରାୟଣ ମନ୍ଦିର ବଜ୍ରାଘାତରେ ଫାଟି ପଥର ଖସି ପଡ଼ିଥିବା ଜଣା ପଡ଼ିଛି । ଶନିବାର ବିଳମ୍ବିତ ରାତିରେ ବର୍ଷା ପବନ ସହିତ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ ମନ୍ଦିରର ପଶ୍ଚିମ ପାଶ୍ୱର୍ର ଉପର ଅଂଶ ଫାଟିଯିବା ଫଳରେ ସେଠାରୁ ଏକ ପଥର ଖସି ପଡ଼ିଛି । ସ୍ଥାନୀୟ ଗ୍ରାମବାସୀମାନେ ସେଠାରେ ପହଞ୍ôଚ ପଥର ଖସିଥିବା ଦେଖିଥିଲେ । ସରପଞ୍ଚ ପ୍ରତିନିଧି ଅମୀୟ ରଂଜନ ମଲ୍ଲିକ, ସମିତିସଭ୍ୟ ଜୀବନଜ୍ୟୋତି ପଲାଇ, ମନ୍ଦିର ଟ୍ରଷ୍ଟି ବୋର୍ଡ଼ ସଦସ୍ୟ ବସନ୍ତ କୁମାର ନାୟକ, ଯୁବନେତା ସୁଧନ୍ୱା ନାୟକ ପ୍ରମୁଖ ଐତିହାସିକ ବିରଞ୍ôଚନାରାୟଣ ମନ୍ଦିରରେ ବିଜୁଳି ପ୍ରତିରୋଧକ ବ୍ୟବସ୍ଥା ନଥିବାରୁ ଏପରି ଘଟଣା ଘଟିଥିବା କହିଛନ୍ତି । ତେବେ ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ମନ୍ଦିରରେ ବିଜୁଳି ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ ସହ ଭାଙ୍ଗିଯାଇଥିବା ଅଂଶକୁ ମରାମତି କରିବାକୁ ଦାବି କରିଛନ୍ତି ।