ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧିନସ୍ଥ କୁବେରା ପଞ୍ଚାୟତ କଷଟି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ବଜ୍ରାଘାତରେ ଅଗ୍ନିକାଣ୍ଡ ଘଟି ୮ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିବା ଜଣାଯାଇଛି । ଏହି ବଜ୍ରାଘାତରେ ପ୍ରଥମେ ପ୍ରଣବନ୍ଧୁ ରାଉତଙ୍କ ରୋଷେଇ ଘରେ ନିଆଁ ଲାଗିଥିଲା । ପରେ ଏହି ନିଆଁ ପାଖରେ ଥିବା ଅନ୍ୟ ଘର କୁ ନିଆଁ ବ୍ୟାପି ଯାଇଥିଲା । ତେବେ ବିଳମ୍ବିତ ରାତିରେ ପରିବାର ଲୋକେ ଘରେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ବାହାର ଲୋକଙ୍କ ପାଟିତୁଣ୍ଡ ଶୁଣି ପରିବାର ଲୋକେ ଘରୁ ବାହାରି ଆଜି ଅଳ୍ପକେ ଜୀବନ ବଞ୍ଚାଇ ପାରିଥିଲେ । ମାତ୍ର ଘରୁ କୌଣସି ଜିନିଷପତ୍ର ବାହାରି ପାରିନଥିଲା । ଏହି ଅଗ୍ନିକାଣ୍ଡରେ ପ୍ରାଣବନ୍ଧୁ ରାଉତ, ଲଲାଟେନ୍ଦୁ ରାଉତ, ରେବତୀ ରାଉତ, ରଶ୍ମିରଂଜନ ରାଉତ, ରଶ୍ମିତା ବେହେରା ଓ ଗୋପବନ୍ଧୁ ରାଉତଙ୍କର ୮ ବଖରା ଘର ସମ୍ପୂର୍ଣ ପୋଡି ଯାଇଛି । ଏହି ୬ ଟି ପରିବାର ଲକ୍ଷାଧିକ ଟଙ୍କା ଓ ଅସବପାତ୍ର ସମ୍ପୂର୍ଣ ଜଳି ପୋଡି ପାଉଁଶ ହୋଇ ଯାଇଥିବା ଜଣାଯାଇଛି । ଖବର ପାଇ ତିହିଡି଼ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା । ତହସିଲଦାର ପ୍ରତୀକ ସାହୁଙ୍କ ନିର୍ଦ୍ଦେଶକ୍ରମେ ବିଲଣା ରାଜସ୍ୱ ନିରୀକ୍ଷକ ବିଜୟ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ôଚ କ୍ଷୟକ୍ଷତିର ଆକଳନ କରିବା ସହିତ ଅଗ୍ନି ବିପନ୍ନ ପରିବାରଙ୍କୁ ପଲିଥିନ ଯୋଗାଇ ଦେଇଛନ୍ତି । ସୋମବାର ତହସିଲଦାର ଶ୍ରୀ ସାହୁ ଘଟଣା ସ୍ଥଳରେ ପହଞ୍ôଚ ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି ।