Odiapua.com

ବଜ୍ରପାତ ଘଟି ମା’ ମୃତ, ଝିଅ ଆହତ

Lightning

ମାଲକାନଗିରି ୨୫।୪ (ଓଡ଼ିଆ ପୁଅ) ଆଜି ସମଗ୍ର ମାଲକାନଗିରି ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ ଘାଟିଛି। ଆଜି ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ଅନ୍ତର୍ଗତ ଶିମିଳିବାଞ୍ଛା ପଂଚାୟତର ଏମପିଭି ୬୯ ଗ୍ରାମରେ ବଜ୍ରପାତ ଘଟି ଜଣେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଆହତ ହୋଇଛନ୍ତି।

ସେହି ଗ୍ରାମର ଅଙ୍ଗନବାଡି କର୍ମୀ ଅନିମା ବିଶ୍ୱାସ (୩୫)ଓ ତାଙ୍କ ଝିଅ ମୌସୁମୀ ବିଶ୍ୱାସ (୧୪)ଗାଁ ନିକଟସ୍ଥ ଜଙ୍ଗଲକୁ କେନ୍ଦୁ ପତ୍ର ତୋଳିବାକୁ ଯାଇ ଥିବା ବେଳେ ହଠାତ ବଜ୍ରପାତ ଘଟିଥିଲା। ବଜ୍ରପାତ ଆଘାତରେ ଅନିମା ବିଶ୍ୱାସ ଓ ଝିଅ ମୌସୁମୀ ଅଚେତ ହୋଇ ପଡିଥିଲେ। ସ୍ଥାନୀୟ ଲୋକ ଏହା ଦେଖି ପଡିଆ ମେଡିକାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ। ସେଠାରେ ଅନିମାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ଝିଅର ଗୋଟିଏ ଗୋଡ଼ ପୋଡି ଯାଇଥବାରୁ ତାର ଚିକିତ୍ସା କରା ଯାଉଥିବାର ଜଣାପଡିଛି। ଅନିମା ବିଶ୍ୱାସ ଏମପିଭି୬୯ କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଭାବରେ କାମ କରୁଥିଲେ।