Odiapua.com

ବଜ୍ରପାତ ଘଟି ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ମାହାଙ୍ଗା, ୦୫/୦୭ (ଓଡ଼ିଆ ପୁଅ/ ଅଭୟ ଜେନା) କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଗତକାଲି ସନ୍ଧ୍ୟାରେ ପ୍ରବଳ ବର୍ଷା ସହ ଘଡଘଡି ମାରିବାରୁ ବାଲି ପଡିଆ ଗ୍ରାମର ୩୮ ବର୍ଷୀୟ ନରେନ୍ଦ୍ର ଜେନାଙ୍କ ମୃତ୍ୟୁ ହୋଇଥିବାବେଳେ ଅରିଲୋ ଗ୍ରାମର ୩୦ ବର୍ଷୀୟ କୃଷ୍ଣପ୍ରସାଦ ରାଉତ ଗୁରୁତର ହୋଇଥିଲେ। ତେବେ ବର୍ଷା ଆଉ ଘଡଘଡି ସମୟରେ ବାଲି ପଡିଆ ବଜାର ଠାରେ ଏକ ଦୋକାନ ନିକଟରେ ଆଶ୍ରୟ ନେଇଥିଲେ ଏହି ଦୁଇ ଜଣ। ସ୍ଥାନୀୟ ଲୋକେ ଉଦ୍ଧାର କରି ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡ଼ାକ୍ତର ନରେନ୍ଦ୍ରକୁ ମୃତ ଘୋଷଣା କରିଥିଲା ବେଳେ ଗୁରୁତର ଥିବା କୃଷ୍ଣପ୍ରସାଦଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିବା ଜଣାପଡିଛି।