Odiapua.com

ବଜ୍ରପାତରେ ଶିଶୁ ମୃତ, ଯୁବତୀ ଗୁରୁତର

ହାଟଡିହି, ୨୦/୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ବରଡି ଗ୍ରାମରେ ବଜ୍ରପାତରେ ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ବରଡି ଗ୍ରାମର ବିଦେଶୀ ଜେନାଙ୍କ ଘରେ ତାଙ୍କ ଝିଅ ମିତାଲି ଜେନା ନିଜ ପୁଅକୁ ଧରି ଦୀର୍ଘଦିନ ହେଲା ରହି ଆସୁଥିଲା । ଆଜି ସନ୍ଧ୍ୟା ୫ଟାବେଳେ ମିତାଲିର ତିନିବର୍ଷର ପୁଅ ସୁବ୍ରତ ଜେନା ବାରଣ୍ଡାରେ ଠିଆ ହୋଇଥିବାବେଳେ ପ୍ରଚଣ୍ଡ ବଜ୍ରପାତ ଯୋଗୁଁ ସେଠାରେ ଟଳି ପଡିଥିଲା । ତୁରନ୍ତ ତାକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ । ସେହିପରି ଆନନ୍ଦପୁର ଥାନା ବିରିଡିହା ଗ୍ରାମର ଜଣେ ଯୁବତୀ ଘରେ ବସିଖାଉଥିବା ସମୟରେ ବଜ୍ରପାତରେ ଗୁରୁତର ଆହତ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।