Odiapua.com

ବଙ୍ଗୋପସାଗରରେ ଲଘୁଚାପ ଅଞ୍ଚଳ ସୃଷ୍ଟି

ନୂଆ ଦିଲ୍ଲୀ ୧୮-୧୨ (ଓଡ଼ିଆ ପୁଅ) ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଉପକୂଳ ତଥା ଭାରତ ମହାସାଗରରେ ଏକ ନୂତନ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସ୍ପଷ୍ଟଭାବରେ ଚିହ୍ନିତ ହେବାର ସମ୍ଭାବନା ରହିଛି ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ଏହା ବିସ୍ତାର ହୋଇଛି। ଏହା ପୂର୍ବ-ଉତ୍ତର-ପୂର୍ବ ଦିଗକୁ ଗତି କରିବ ଏବଂ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଚିହ୍ନିତ ହେବ ବୋଲି ଆଇଏମଡି ଆଜି ଟୁଇଟ୍ କରିଛି ସୂଚନା ଦୋଇଛି।

ତେବେ ଏହାର ବିଶେଷ କିଛି ପ୍ରଭାବ ଓଡିଶାରେ ପଡ଼ିବ ନାହିଁ। ତେବେ ଓଡ଼ିଶାରେ ବର୍ଷାର ସମ୍ଭାବନା ନାହିଁ କିମ୍ବା ପାଣିପାଗ ବିଭାଗ ପକ୍ଷରୁ କୌଣସି ଚେତାବନୀ ଦିଆଯାଇନାହିଁ।