Odiapua.com

ବଙ୍କସାହି ନିକଟ ପୋଖରୀରେ ଭାସୁଛି ଅଜଣା ବ୍ୟକ୍ତିର ମୃତଦେହ

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବଙ୍କସାହି ନିକଟରେ ଥିବା ଏକ ପୋଖରୀରେ ଏକ ଅଜଣା ଶବ ଭାସୁଥିବାର ଆଜି ଦେଖିବାକୁ ମିଳିଛି । ଶବଟି ପରିତ୍ୟକ୍ତ ଅବସ୍ଥାରେ ଭାସୁଥିବାର ଦେଖି ଗ୍ରାମବାସୀମାନେ ଭୟଭୀତ ହୋଇ ପୁଲିସ୍‌କୁ ଖବର ଦେଇଥିଲେ । ତେବେ ସହରାଞ୍ଚଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶବଟିର ଚିହ୍ନଟ କରାଯାଇପାରିନାହିଁ । ଏହି ଘଟଣାଟିକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।