Odiapua.com

ବଗଲା ଧର୍ମଶାଳା ବିକ୍ରି ବିରୁଦ୍ଧରେ ବିଜେପି ପକ୍ଷରୁ ବିକ୍ଷୋଭ ୧୯ ଦିନରେ ପହଂଚିଚି

ପୁରୀ, ୯/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ବଗଲା ଧର୍ମଶାଳା ବିକ୍ରି ବିରୁଦ୍ଧରେ ବିଜେପି ପକ୍ଷରୁ ଚାଲିଥିବା ଆନ୍ଦୋଳନ ଆଜି ୧୯ ଦିନରେ ପହଂଚିଚି। ବହୁତ ଦିନ ଧରି ବଗଲା ଧର୍ମଶାଳା ସମ୍ମୁଖରେ ବଡଦାଣ୍ଡରେ ଧାରଣା ରେ ବସିବା ପରେ ମଧ୍ୟ ଗଣତାନ୍ତ୍ରିକ ପ୍ରକ୍ରିୟା କୁ ସମ୍ମାନ ଜଣ।।ଇ ଜିଲାପାଳ ଆନ୍ଦୋଳନ କାରୀ ଙ୍କ ସହ କୌଣସି ଆଲୋଚନା କଲେନାହିଁ। ତେଣୁ ଆଜି ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଭିଡ୍ ନିୟମକୁ ମାନି ବିକ୍ଷୋଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ପ୍ରବକ୍ତା ଶ୍ରୀ ବିରଂଚି ନାରାୟଣ ତ୍ରପାଠୀ, ପ୍ରଭଞ୍ଜନ ମହାପାତ୍ର, ବାଇଧର ମଲ୍ଲିକ, ଉମାକାନ୍ତ ନାୟକ, ଜୟନ୍ତ ଦାସ, ସୋମନାଥ ଖୁଂଟିଆ, ଦାଣ୍ଡ ମୁକୁନ୍ଦପୁର ସଭାପତି ସୁଧିର ବିଶ୍ୱାଳ, ପ୍ରଦୀପ ସାହୁ, ଦେବୀ ପ୍ରସାଦ ମଲ୍ଲିକ, ସୁକାନ୍ତ କୁମାର ଦାସ, ବାଉରୀ ବନ୍ଧୁ ସେଠୀ, ଶରତ କୁମାର ମହାନ୍ତି, ସଂଜୀବ କୁମାର ମୁଖାରଜୀ, ସୌମ୍ୟା ମିଶ୍ର, କମଳିନୀ ମହାପାତ୍ର, ଅନୀତା ପଟ୍ଟନାୟକ, ହରିହର ରଥ, ଅକ୍ଷୟ ମହାନ୍ତି, ଭବାନୀ ଦାଶ ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ଲୀନା ମହାନ୍ତି, ବିଜୟ ପ୍ରଦାନ, ଅଜିତ ସାମନ୍ତରା, ସୁଶାନ୍ତ ପଟ୍ଟନାୟକ, ରାଜଶ୍ରୀ ଦୋରା, ସୁଦଷା ପଣ୍ଡା ପ୍ରମୁଖ ଏହି ଆନ୍ଦୋଳନ ରେ ଯୋଗ ଦେଇଥିଲେ।