Odiapua.com

ବଗଲା ଧର୍ମଶାଳାର ପ୍ଲଟିଂ ଯୋଜନା ବାତିଲ କରିବା ଦାବିରେ ବିକ୍ଷୋଭ

ପୁରୀ, ୨୩/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ପୁରୀକୁ ଯାତ୍ରୀ ଓ ଧର୍ମ କର୍ମ ନିମନ୍ତେ ଆସୁଥିବା ଲୋକଙ୍କୁ କମ୍ ଖର୍ଚ୍ଚରେ ରହଣୀ ନିମନ୍ତେ ଯୋଗାଇବା ଲକ୍ଷରେ ୧୯୦୫ ମସିହାରେ ଦାନ ରେ ପାଇଥିବା ବଗଲା ଧର୍ମଶାଳା ଜମିକୁ ଜିଲାପାଳ ବେଆଇନ ଭାବେ ଲଜିଂ ମାଲିକଙ୍କୁ ବିକିବା ନିନ୍ଦନୀୟ। ଲଜିଂ ହାଉସ ନାଁ ରେ ଥିବା ଜମି ମ୍ୟୁନିସିପାଲିଟି ଅଧିନରେ ଆସିଲା, ଜିଲାପାଳ ମ୍ୟୁନିସିପାଲ ଆଇନ କୁ ଅମାନ୍ୟ କରି ତହସିଲଦାର ଙ୍କୁ ନିର୍ଦେଶ ଦେଇ ଉକ୍ତ ଜମି ରାତାରାତି ରାଜସ୍ୱ ବିଭାଗ ନାଁ ରେ ହସ୍ତାନ୍ତର କରିବାର ଷଡଯନ୍ତ୍ର ଆଜି ପଦାରେ ପଡିଛି। ଧର୍ମଶାଳା ଏକ ଚାରିଟେବୁଲ ସଂସ୍ଥା। ସେ ଉତ୍ସଗୀକୃତ ଜମିକୁ ଉତରାଧିକାରୀ ଆଇନ କିମ୍ବା ହସ୍ତାନ୍ତର ଆଇନ ବଳରେ ବ୍ୟବସାୟ ଉଦେଶ୍ୟରେ ବିକ୍ରି କରିବା ଜିଲାପାଳ ଙ୍କ ପରିସର ବାହାରେ। ଆଇନ ର ଶାସକ ଜିଲାପାଳ ନିଜେ ବେଆଇନ ଭାବେ ଜନସ୍ୱାର୍ଥ ମାମଲା ଥିବା ବେଳେ ୬ ଜଣ ଙ୍କୁ ବଗଲା ଧର୍ମଶାଳା ଜମିକୁ ପ୍ଲଟିଂ କରି ବିକ୍ରି କୁ ବିରୋଧ କରି ଆଜି ସିପିଆଇ(ଏମ) ପକ୍ଷରୁ ବଗଲା ଧର୍ମଶାଳା ସମ୍ମୁଖରେ ପ୍ରତିବାଦ ବିକ୍ଷୋଭ କରି ବଗଲା ଧର୍ମଶାଳା କୁ ପୁର୍ନଉଦ୍ଧାର ଓ ପ୍ଲଟିଂ ଯୋଜନା ବାତିଲ, ୬ ଟି ବିକ୍ରି କବଲା କୁ ରଦ୍ଦ କରିବା ପାଇଁ ଦାବି କରାଯାଇଥିଲା। ଏହି ବିକ୍ଷୋଭ ରେ ସଂପାଦକ ଶରତ କୁମାର ରାୟ ଗୁରୁ, ଜଗନ୍ନାଥ ଦେଓ, ପୁର୍ଣ୍ଣଚନ୍ଦ୍ର ମୁଦୁଲି, ମନୋରଞନ ମହାରାଣା, ଜାମିନୀ ମିଶ୍ର, ବିଭୂତି ରାଉତରାୟ ପ୍ରମୁଖ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାନା ସ୍ଲୋଗାନ ଦେଇଥିଲେ।