Odiapua.com

ବକେୟା ଟଙ୍କାକୁ କେନ୍ଦ୍ରକରି ବାଂଶଡାରେ ଗୋଷ୍ଠୀ ସଂଘର୍ଷ, ୫ ଆହତ

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ବାଂଶଡା ପଂଚାୟତରେ ଚିଙ୍ଗୁଡି କାରବାରରେ ବକେୟା ଟଙ୍କାକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷରୁ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ପାଖରୁ ଚିଙ୍ଗୁଡି ଚାଷ ପାଇଁ ଖାଦ୍ୟ ଏବଂ ଔଷଧ ଆଣିଥିଲେ। ଏହି ବକେୟା ଟଙ୍କା ଆଜି ଦିଆଯିବାକୁ ସ୍ଥିରୀକୃତ ହୋଇଥିଲା। ମାତ୍ର ଠିକ୍ ସମୟରେ ଅର୍ଥ ନମିଳିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହେବା ସହ ଠେଲାପେଲା ହୋଇଥିଲା। ପରେ ମାରପିଟ ଆରମ୍ଭ ହୋଇଥିଲା। ଏଥିସହ ବାଂଶଡା ବଜାରରେ ଥିବା ଏକ ରାଜନୈତିକ ଦଳର ଅଫିସ୍ ଭଙ୍ଗାରୁଜା ହୋଇଥିବା ଜଣାଯାଇଛି। ପରିସ୍ଥିତି ଅଣାୟତ ହେବାରୁ ବାଂଶଡା ବଜାର ଏବଂ ପଂଚାୟତରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ତେବେ ତଦନ୍ତ ଚାଲିଛି, ଆଇନ୍ ଅନୁଯାୟୀ ବିହିତ ପଦକ୍ଷେପ ନିଆଯିବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି।