Odiapua.com

ବକଳବନ୍ଧ ହାଇସ୍କୁଲ ୧୯୯୪ ବ୍ୟାଚର ବନ୍ଧୁମିଳନ

ନୟାଗଡ଼, ୨ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୂଆଗାଁ ବ୍ଳକ ଅନ୍ତର୍ଗତ ଦୁର୍ଦ୍ଦୁରା ପଂଚାୟତର ବକଳବନ୍ଧ ହାଇସ୍କୁଲ ୧୯୯୪ ବ୍ୟାଚର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ପିଟିଏସ୍ ଠାରେ ଅନୁଷ୍ଠିିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବାଲ୍ୟବନ୍ଧୁମାନେ ସମବେତ ହୋଇ ୨୫ ବର୍ଷର ନିଜ ନିଜର ସୁଖ ଦୁଃଖର ଅଭୁଲା ସ୍ମୃତିକୁ ରୋମନ୍ଥନ କରିଥିଲେ। ଦୀର୍ଘବର୍ଷ ପରେ ଉଭୟେ ଉଭୟେଙ୍କୁ ଦେଖି ଭାବବିହ୍ୱଳିତ ହେବା ସଙ୍ଗେ ସଙ୍ଗେ ନିଜ ନିଜର କର୍ମମୟ ଜୀବନ ଉପରେ ଆଲୋଚନା କରିଥିଲେ। ଏହି ବନ୍ଧୁମିଳନ ଅବସରରେ ଶିକ୍ଷାଦାନ କରିଥିବା ଗୁରୁମାନଙ୍କ ଶିକ୍ଷାଦାନ ଓ ଆଦର୍ଶକୁ ନେଇ ସେମାନଙ୍କ ଦୀର୍ଘମୟ ଓ ମଙ୍ଗଳକାମନା କରି ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ। ସହପାଠୀ ସୁକଦେବ ସ୍ୱାଇଁଙ୍କ ଅକାଳ ବିୟୋଗ ଓ ଶିକ୍ଷାଦାନ କରିଥିବା କିଛି ଗୁରୁଙ୍କ ବିୟୋଗକୁ ନେଇ ନୀରବ ପ୍ରାର୍ଥନା କରାଯାଇଥିଲା। ପ୍ରତିବର୍ଷ ଏପରି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ସମାଜର କଲ୍ୟାଣ, ବଳକବନ୍ଧ ହାଇସ୍କୁଲର ବିକାଶ ଓ ଏହାର ଉନ୍ନତି ପାଇଁ ମନୋନିବେଶ କରିବା ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଥିଲା।