Odiapua.com

ଫ୍ରେଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣା ବଜାର ନିକଟସ୍ଥ ୨୬ନଂ ଓା୍ୱର୍ଡର ଅବସ୍ଥିତ ଫ୍ରେଜର ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ, ସହକାରୀ ଶିକ୍ଷକ / ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜାବିର ଖାଁ ଓ ସଭ୍ୟ / ସଭ୍ୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭଦ୍ରକ ପୌରପରିଷଦର ଅଧ୍ୟକ୍ଷା ଗୁଲମକୀ ଦଲୱାଜି ହବିବ୍ ମୁଖ୍ୟ ଅତିଥି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ୍ ଦ୍ୱିବେଦୀ ମୁଖ୍ୟବକ୍ତା, ଡେପୁଟି କଲେକ୍ଟର ଶ୍ୱେତାଶ୍ରୀ ମହାପାତ୍ର ସମ୍ମାନିତ ଅତିଥି, ୨୬ ୱାର୍ଡର କାଉନ୍‌ସିଲର ସମାଜସେବୀ ଶେଖ୍ ଜୁଲଫୁକାର ଅଲ୍ଲୀ, ସି.ଆର୍‌.ସି.ସି. ନୀଳାମ୍ବର ପାଣିଗ୍ରାହୀ, ଶିକ୍ଷକ ସଂଘ ନେତା ହାଜି ଦବରେଜ ଖାଁ, ବିଦ୍ୟାଳୟର ସଭାପତି ଜାବିର ଖାଁ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଶେଖ୍ ଜମାଲୁଦ୍ଦିନ୍ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଶିକ୍ଷକ ପଦ୍ମନାଭ ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ। ସାଂସ୍କୃତିକ କାର୍ଯ୍ୟାକ୍ରମକୁ ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ସ୍ନେହଲତା ଦେ, ଜିସାନ୍‌କାଦ୍ରି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ସହଯୋଗ କରିଥିଲେ ଶିକ୍ଷୟିତ୍ରୀ ମଞ୍ଜୁଲତା ସାହୁ, ମଞ୍ଜୁଲତା ଗୁପ୍ତା ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା। ପରିଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସୁବାସିନୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।