Odiapua.com

ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ ଓ “ଆମୋଫୋଇ” ପକ୍ଷରୁ ସରକାରୀ କର୍ମଚାରୀଙ୍କ ବାକ୍ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଶା ସରକାର ମାନ୍ୟବର ହାଇକୋର୍ଟ ୪୮ ବର୍ଷ ତଳେ “ଅଗଷ୍ଟ ୨”ରେ ଦେଇଥିବା ରାୟକୁ ପାଳନ କରନ୍ତୁ ଓ ସରକାରୀ କର୍ମଚାରୀଙ୍କ ଆଚରଣ ବିଧି ନିୟାମାବଳୀ ୧୯୫୯ରୁ ଧାରା ୬(୨) ଓ ୭(୧) କୁ ଉଚ୍ଛେଦ କରନ୍ତୁ – ଏଫ୍ ପିଆଇ

ଭୁବନେଶ୍ୱର ୦୬/୦୮ (ଓଡ଼ିଆ ପୁଅ) : “ମୁକ୍ତଚନ୍ତନବାଦୀ” ଓ “ପ୍ରେମବିବାହବାଦୀ” ଦଳ “ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ” ଓ ଆମୋଫୋଇ ପକ୍ଷର ଅଗଷ୍ଟ ୨କୁ “ଗଭରମେଣ୍ଟ ସର୍ଭାଣ୍ଟସ୍ ଙ୍କ ଫ୍ରି ସ୍ପିଚ୍ ଡ଼େ” ରୂପେ ପାଳନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ସେମିନାରରେ ଏଫ୍ ପିଆଇ ସଭାପତି ଡ଼. ବିଜୟାନନ୍ଦ କର ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ସେସୁ ଡ଼ିଜିଏମ୍ ଇଂ ପୂର୍ଣ୍ଣଚନ୍ଦ୍ର ଚାଓପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କହିଲେ ଯେ ବାକ୍ ସ୍ୱାଧୀନତା ବିନା ସୁ-ଶାସନ ଓ ସାମାଜିକ ଗଣତନ୍ତ୍ର ଅସମ୍ଭବ। ସୁନ୍ଦର ଜୀବନ ଜୀଇଁବା ପାଇଁ ଏହା ଅପରିହାର୍ଯ୍ୟ।

ଏଥିରେ ନାବାର୍ଡ଼ ସଂସ୍ଥାର ଆସିଟାଣ୍ଟ ଜେନେରାଲ ମ୍ୟାନେଜର ଆଦିତ୍ୟ ବିକ୍ରମ ରଥ ବାକ୍ ସ୍ୱାଧୀନତାର ମହତ୍ତ୍ୱ ଉପରେ ତାଙ୍କର ମତାମତ ପ୍ରକାଶ କରିଥିଲେ। ସ୍ୱଚ୍ଛ ପ୍ରଶାସନ ପାଇଁ କର୍ମଚାରୀମାନଙ୍କର ବାକ୍ ସ୍ୱାଧୀନତାକୁ ସରକାର ସ୍ୱାଗତ କରିବା ଉଚିତ୍।

ଆଲୋଚନା ଚକ୍ରର ଆଭିମୁଖ୍ୟ, ଓଡ଼ିଶା ହାଇକୋର୍ଟ ୧୯୭୧ ମସିହା ଅଗଷ୍ଟ ୨ ତାରିଖରେ “ବି.ରାମଚନ୍ଦ୍ର ବନାମ ଓଡ଼ିଶା ସରକାର” ମମଲାରେ ଦେଇଥିବା ରାୟର ପୁଷ୍ଠଭୂମି ଏବଂ ତାହାର ସୁଦୂରପ୍ରସାରୀ ପ୍ରଭାବ ଉପରେ ଆଲୋକପାତ କରିଥିଲେ ଏଫ୍ ପିଆଇ ସାଧାରଣ ସଂପାଦକ ବି.ରାମଚନ୍ଦ୍ର ସିଏସ୍ ଟି ଭୋଲଟେୟାର। “ବାକ୍ ସ୍ୱାଧୀନତା”ର ଅଦ୍ୱିତୀୟ ପ୍ରବକ୍ତା ଫରାସୀ ରାଷ୍ଟ୍ରବିପ୍ଳବୀ ଭୋଲଟେୟାର ଓ ୟୁଟିଲିଟାରିଆନ୍ ଫିଲୋସଫର ଜନ୍ ଷ୍ଟୁଆଟ୍ ମିଲ୍ ଙ୍କ ଦୂରଦୁଷ୍ଟିସଂପନ୍ନ ବର୍ଣ୍ଣନା ଉପରେ ଗୁରୁତ୍ୱ ଦେଇ ସେ କହିଥିଲେ ଯେ ଦୁଃଖ ଓ ଲଜ୍ୱ୍ୟାର ବିଷୟ ଏହି ଯେ ୪୮ ବର୍ଷ ଇତି ମଧ୍ୟରେ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଓଡ଼ିଶା ସରକାର ମାନ୍ୟବର ହାଇକୋର୍ଟ ରାୟକୁ ଏଯାବତ ସମ୍ମାନ ଦେଇ ନାହାନ୍ତି। ଆଚରଣ ବିଧି ନିୟାମାବଳୀ ୧୯୫୯ରେ ଏବେ ବି ସଂବିଧାନ ବର୍ହିଭୂତ ରୁଲ୍ ୬(୨) ଓ ୭(୧) ବିଦ୍ୟମାନ ରହିଛି।

ରାଜ୍ୟ ସରକାରଙ୍କ ନବ ଗଠିତ “ଟି” ଡ଼ିପାର୍ଟମେଣ୍ଟ ସଚିବ ଶ୍ରୀଯୁକ୍ତ ଭି.କେ. ପାଣ୍ଡିଆନ୍ ଏଥିପ୍ରତି ଧ୍ୟାନ ଦେଲେ ଯାହା ଏ ଯାଏ କରାଯାଇ ପାରିନାହିଁ ତାହା ସଂପାଦିତ ହୋଇ ପାରିବ ବୋଲି ଏଫ୍ ପିଆଇ ସାଧାରଣ ସଂପାଦକ ସିଏସ୍ ଟି ଭୋଲଟେୟାର ଆଶାବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଏଫ୍ ପିଆଇ ଉପସଭାପତି ହରିଶ୍ଚନ୍ଦ୍ର କର ଓ “ଆମୋଫୋଇ” ସଂସ୍ଥାର କୋ-ଫାଉଣ୍ଡର ମ୍ୟାଡ଼ାମ୍ ସ୍ୱପ୍ନା ବିଜୟିନି ଭାଗ ନେଇ ସରକାରୀ କର୍ମଚାରୀଙ୍କ ସମାଲୋଚନା ମୂଳକ ମତାମତକୁ ସମର୍ଥନ କରିଥିଲେ।