Odiapua.com

ଫୋନିର ପରବର୍ତ୍ତୀ ପରିସ୍ଥିତି ମୁକାବିଲାରେ ଓ ରିଲିଫ ବଂଟନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ : ବିଜେପି

– ୭ ଦିନ ବିତିଯାଇଥିଲେ ମଧ୍ୟ ଲୋକଙ୍କୁ ଯଥେଷ୍ଟ ପାନୀୟ ଜଳ, ରାସ୍ତାଘାଟକୁ ବ୍ୟବସ୍ଥିତ କରିବାରେ ସରକାରୀ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି
ପୁରୀ ଜିଲ୍ଲା ସତ୍ୟବାଦୀ ଏବଂ କଣାସ ବ୍ଲକ ବାତ୍ୟା ବିପନ୍ନଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ
ଭୁବନେଶ୍ୱର, ତା.୧୦/୦୫ (ଓଡ଼ିଆ ପୁଅ) : ବାତ୍ୟା ଫନି ବିତିବାର ସପ୍ତାହେରୁ ଅଧିକ ସମୟ ବିତିଲାଣି। ଏହି ବାତ୍ୟାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାରେ ବର୍ତମାନ ସୁଦ୍ଧା ସଠିକ ଭାବେ ସହାୟତା ପହଂଚି ପାରିନାହିଁ। ବର୍ତମାନ ସୁଦ୍ଧା ରିଲିଫ ପହଂଚି ପାରିନାହିଁ। ପ୍ରଳୟଙ୍କରୀ ବାତ୍ୟାରେ ଚାଳ ଘର, ଆଜବେଷ୍ଟସ ଘର ବିଶେଷ ଭାବେ ବହୁ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ପୀଡିତମାନେ ଖୋଲା ଆକାଶ ତଳେ ପିଲା ଛୁଆଙ୍କ ସହ ଦୁର୍ଦଶ ଜୀବନ ବିତାଉଛନ୍ତି। ଭାଙ୍ଗି ଯାଇଥିବା ଘରକୁ ସଜାଡିବା ପାଇଁ ସାମାନ୍ୟ ପଲିଥିନ ନାହିଁ। ଏପରିକି ପାନୀୟ ଜଳ ପାଇଁ ସଂଗ୍ରାମ କରୁଛନ୍ତି। ଅଳ୍ପ କେତୋଟି ସ୍ଥାନରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଏହା ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାରେ ସଂପୂର୍ଣ୍ଣ ବିଫଳତାକୁ ସ୍ପଷ୍ଟ କରିଛି ବୋଲି ବାତ୍ୟା ପ୍ରପିଡୀତ ଅଂଚଳ ଗସ୍ତ ପରେ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କ୍ଷୋଭ ପ୍ରକାଶ କରି କହିଛନ୍ତି।

ବିଧାୟକ ଦଳ ନେତା ଶ୍ରୀ ସିଂହଦେଓଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଆଜି ପୁରୀ ଜିଲ୍ଲାର କଣାସ ବ୍ଲକର ବକୁ, ଜଂକିଆ (ଗଡସାହି), ବାଣାଗାଁ, ଦୋଲେରା, ଶିରିପୁର, ବସନ୍ତପୁର, ଗଡିସାଗଦା ନୁଆଗାଁ ଏବଂ ସତ୍ୟବାଦୀ ବନ ବିଦ୍ୟାଳୟ ସମେତ ବ୍ଲକ୍ର ସୁକଳ, ନୁଆ ସମେଶ୍ୱରପୁର ଅଂଚଳ ଆଦି ପରିଦର୍ଶନ କରିଛନ୍ତି। ବାତ୍ୟା ଫନିର ପ୍ରଭାବରେ ଉକ୍ତ ଅଂଚଳରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଯାଇଥିଲେ। ସ୍ଥାନୀୟ ଜନସାଧାରଣଙ୍କ ଦୁଃଖ କଷ୍ଟକୁ ସ୍ୱଚକ୍ଷୁରେ ଜାଣିବାକୁ ଯାଇ ଏହି ପ୍ରତିନିଧିଦଳ ପ୍ରକାଶ କରିଛନ୍ତି ଯେ ବାତ୍ୟା ଫନିର ପ୍ରଭାବରେ ସ୍ଥାନୀୟ ଅଂଚଳ ଧ୍ୱଂସ ସ୍ତୁପରେ ପରିଣତ ହୋଇଛି ଏହାଠାରୁ ଅଧିକ ପରିତାପର ବିଷୟଯେ ସ୍ଥାନୀୟ ପ୍ରଶାସନ ୭ ଦିନ ବିତିଯାଇଥିଲେ ମଧ୍ୟ ଲୋକଙ୍କୁ ଯଥେଷ୍ଟ ପାନୀୟ ଜଳ, ରାସ୍ତାଘାଟକୁ ବ୍ୟବସ୍ଥିତ କରିବାରେ ସରକାରୀ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ଏପରି କି ଲୋକେ ସାତ ଦିନପରେ ମଧ୍ୟ ରିଲିଫ୍ ଆକାରରେ କୋ÷ଣସି ଅତ୍ୟାବ୍ୟସୀୟିକ ସାମଗ୍ରୀ ମିଳିନି। ପ୍ରଶାସନ ଦେଖା ନାହିଁ, ଏପରି କି ଲୋକଙ୍କୁ ମହମବତୀ ଓ ଦିଆସିଲ ନମିଳିବାରୁ ଲୋକେ ନାହିଁ ନଥିବା ଅସୁବିଧାରେ ଅନ୍ଧରରେ ରହୁଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଭଳି ଦୁଃଖଦ ସମୟରେ ରାଜ୍ୟ ସରକାର କେବଳ ଖାଉଟି କାର୍ଡ ହିତାଧିକାରୀଙ୍କୁ ରିଲିଫ ସହାୟତା ପ୍ରଦାନ କରାଯାଉଥିବାର ଅଭିଯୋଗ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ବିଳମ୍ବ ନକରି ସମସ୍ତ କ୍ଷତିଗ୍ରସ୍ତଙ୍କୁ ରିଲିଫ ପ୍ରଦାନ କରାଯିବାକୁ ବିଜେପି ଦାବି କରିଛି।

ବାତ୍ୟା ବିଧ୍ୱସ୍ତ କ୍ଷତିଗ୍ରସ୍ତଙ୍କ ସଂପର୍କରେ ରାଜ୍ୟ ବିଜେପି ଜାତୀୟ ରିଲିଫ କମିଶନଙ୍କୁ ଭେଟି ଅବଗତ କରାଇବ। ୨୦୨୨ ମସିହା ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦିଆଯିବାର କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ସଠିକ ହିତାଧିକାରୀ ତାଲିକା ପ୍ରଦାନ କରିବାକୁ ମଧ୍ୟ ଦାବି ଜଣାଇଛି।

ଏହି ପ୍ରତିନିଧି ଦଳରେ ରାଜ୍ୟ ଉପ ସଭାପତି ରମାରଂଜନ ବଳିୟାରସିଂହ, ଶାରଦା ପ୍ରସାଦ ଶତପଥୀ, କୃଷ୍ନ ଜଗଦ୍ଦେବ, ସୁରଥ ବିଶ୍ୱାଳ, ବିଶ୍ୱଜିତ ବଡଜେନା ପ୍ରମୁଖ ସାମିଲ ଥିଲେ।