Odiapua.com

‘ଫୋନି’ରେ କ୍ଷତିଗ୍ରସ୍ତ କୁକୁଡା ଚାଷୀଙ୍କୁ ସହାୟତା ପ୍ରଦାନ

ଭୁବନେଶ୍ଵର,୦୫/୧୦,(ଓଡ଼ିଆ ପୁଅ ପି ନାଏକ): ପ୍ରଳୟଙ୍କାରୀ ବାତ୍ୟା ଫୋନିରେ କୁକୁଡ଼ା ଚାଷୀ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଓଡ଼ିଶା କୁକୁଡ଼ା ଚାଷୀ ସଂଘ ତରଫରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ପିପିଲି ବିଧାୟକ ପ୍ରଦୀପ ମହାରଥୀ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପ୍ରାଣୀ ସମ୍ପଦ ବିଭାଗ ସଚିବ ଶ୍ରୀ ଆର. ରଘୁପ୍ରସାଦ, ପ୍ରାଣୀ ସମ୍ପଦ ବିଭାଗ ନିର୍ଦେଶକ ଡା.ରତ୍ନାକର ରାଉତ, ସିଡିଭିଓ ଡା.ପ୍ରତାପ କିଶୋର ଖମାରି, ଓପିଏଫ୍‌ଏର ସଭାପତି ଜ୍ୟୋତିକାନ୍ତ ମହାପାତ୍ର, ସମ୍ପାଦକ ପ୍ରଦ୍ୟୁମ୍ନ ପରିଡ଼ା, ମୁଖ୍ୟ ଉପଦେଷ୍ଟା ଅଶୋକ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହାସହ ସହ ପୁରୀ ଜିଲ୍ଲାର ଅନେକ କୁକୁଡ଼ା ଚାଷୀ ଯୋଗଦେଇଥିଲେ । ଏହାସହ କାର୍ଯ୍ୟାଦେଶ ବଣ୍ଟନ ମଧ୍ୟ କରାଯାଇଛି ।