Odiapua.com

ଫୋଟୋ ଷ୍ଟୁଡ଼ିଓରେ ନାବାଳିକାକୁ ଦୁଷ୍କର୍ମ : ମାଲିକ ସହ ତିନି ଗିରଫ

କଟକ ୮/୧୨ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଜନାର୍ଦ୍ଧନପୁର ବଜାରରେ ଥିବା ସଙ୍ଗମ ଡିଜିଟାଲ ଷ୍ଟୁଡିଓ ଦୋକାନ ଭିତରେ ଜଣେ ନାବାଳିକାକୁ ତିନିଜଣ ଯୁବକ ଦୁଷ୍କର୍ମ କରୁଥିବା ବେଳେ କୌଣସି ସୂତ୍ରରୁ ନେମାଳ ପୋଲିସ ଖବର ପାଇ ତିନି ଜଣ ଯୁବକଙ୍କୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଛି। ତିନିଜଣ ଯୁବକ ହେଲେ ଜନାର୍ଦ୍ଧନପୁର ବଜାର ସଙ୍ଗମ ଡିଜିଟାଲ ଷ୍ଟୁଡିଓର ମାଲିକ ମାନସ ବେହେରା ଓ ଅନ୍ୟ ଦୁଇଜଣ ଭଗିପୁର ବାଙ୍କୀ ଥାନା ଅଞ୍ଚଳର ଶୁକନ୍ ଜେନା ଓ ପିଣ୍ଟୁ ନାୟକ। ଦୁଷ୍କର୍ମ ଘଟଣାରେ ସୁକନ୍ ଜେନା ମୁଖ୍ୟ ଅଭିଯୁକ୍ତ ବୋଲି ନେମାଳ ପୋଲିସ ସୂଚନା ଦେଇଥିବା ବେଳେ ଅନ୍ୟ ଦୁଇଜଣ ତାକୁ ସହଯୋଗ କରିଥିଲେ। ନାବାଳିକା ଜଣକ ନେମାଳ ଅଞ୍ଚଳର ବୋଲି ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ସହ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି। ସେପଟେ ତିନି ଜଣ ଯୁବକଙ୍କ ନାମରେ ପୋସ୍କୋ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ନେମାଳ ପୋଲିସ। ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ନେମାଳ ଥାନା ପୋଲିସ ସୂଚନା ଦେଇଛନ୍ତି। ତେବେ ଏଠାରେ ସେକ୍ସ କାରବାର ଚାଲିଥିବାର କୁହାଯାଉଛି।