Odiapua.com

ଫେରିବ କ୍ୟାମ୍ପା କୋଲା : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ରିଟେଲ ଏଫଏମସିଜିରେ ବ୍ରାଣ୍ଡ ଯୋଡ଼ିବ

ନୂଆଦିଲ୍ଲୀ ୩୧-୮ (ଓଡ଼ିଆ ପୁଅ) : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ନୂଆଦିଲ୍ଲୀର ପ୍ୟୁର ଡ୍ରିଙ୍କ ଗ୍ରୁପ୍‌ ସଫ୍ଟ ଡ୍ରିଙ୍କ୍ସ ବ୍ରାଣ୍ଡ କ୍ୟାମ୍ପା କୋଲାକୁ ଯୋଡ଼ିବ ବୋଲି ବୁଧବାର ଦିନ ପ୍ରକାଶିତ ଏକ ରିପୋର୍ଟରୁ ପ୍ରକାଶ।

ଦୀପାବଳିରେ ଅରେଞ୍ଜ ବ୍ୟତୀତ ଏହାର ଆଇକନିକ୍ କ୍ୟାମ୍ପା କୋଲା ସହିତ ତିନୋଟି ଫ୍ଲେଭର ଜାତୀୟ ସ୍ତରରେ ପୁନଃ ଲଞ୍ଚ ହେବ। ଏହି ବ୍ରାଣ୍ଡ ରିଲାଏନ୍ସର ନିଜସ୍ୱ ଷ୍ଟୋର ସହିତ ସ୍ଥାନୀୟ ରିଟେଲ ସପ୍‌ ମାଧ୍ୟମରେ ମଧ୍ୟ ବିକ୍ରୟ ପାଇଁ ଉପଲବ୍ଧ ହେବ। ରିପୋର୍ଟ ଅନୁଯାୟୀ, ୨୨ କୋଟି ଟଙ୍କାର ଏହି ଡିଲ ହୋଇଛି।

ସୂଚନାଯୋଗ୍ୟଯେ, କ୍ୟାମ୍ପା କୋଲାର କାହାଣୀ ଖୁବ୍ କମ୍ ଲୋକ ମନେ ରଖିଥାଇପାରନ୍ତି। ୮୦ ଦଶକରେ ଲୋକପ୍ରିୟ ସଫ୍ଟ ଡ୍ରିଙ୍କ୍ସ ବ୍ରାଣ୍ଡ ଥିଲା କ୍ୟାମ୍ପା କୋଲା। ଭାରତ ସ୍ୱାଧିନତା ହେବାର କିଛି ବର୍ଷ ମଧ୍ୟରେ ଅର୍ଥାତ୍ ୧୯୫୦ ମସିହାରେ ଭାରତରେ କୋକାକୋଲା ଲଞ୍ଚ ହୋଇଥିଲା। କିନ୍ତୁ ୧୯୭୦ ଦଶକରେ ଆମେରିକୀୟ କମ୍ପାନୀ କୋକାକୋଲା ସରକାରଙ୍କୁ ଏହାର ଗୁପ୍ତ ରେସିପି ପ୍ରକାଶ କରିବାକୁ ମନା କରିବା ପରେ ଦେଶ ଛାଡିବାକୁ ପ୍ରସ୍ତୁତ ହୋଇଥିଲା। କ୍ୟାମ୍ପା କୋଲା, ଭାରତୀୟ ପ୍ୟୁର ଡ୍ରିଙ୍କ୍ସ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ହୋଇଥିଲା, ଯିଏକି କୋକାକୋଲା ନିଜର ବ୍ୟବସାୟ ଭାରତରୁ ବନ୍ଦ ନକରିବା ପର୍ଯ୍ୟନ୍ତ ଭାରତରେ ମୂଳ କୋକାକୋଲାର ଉତ୍ପାଦନ ଏବଂ ବିତରଣ କରୁଥିଲା।

‘ଦି ଗ୍ରେଟ୍ ଇଣ୍ଡିଆନ୍ ଟେଷ୍ଟ’ ଭାବରେ ପ୍ରମୋଟ ହୋଇଥିବା କ୍ୟାମ୍ପା କୋଲା ଅନେକ ବର୍ଷ ଧରି ଭାରତୀୟ ବଜାରରେ ଆଧିପତ୍ୟ ବିସ୍ତାର କରିଥିଲା। କିନ୍ତୁ ୧୯୯୦ ଦଶକର ପ୍ରାରମ୍ଭରେ ଅର୍ଥନୀତିର ଉଦାରୀକରଣ ସହିତ ଭାରତ ପୁନର୍ବାର ବିଦେଶୀ ସପ୍ଟଡ୍ରିଙ୍କ୍ସ ଉତ୍ପାଦନକାରୀଙ୍କୁ ଦେଶରେ ବ୍ୟବସାୟ କରିବାକୁ ଅନୁମତି ମିଳିଲା ଏହା ସହିତ କୋକାକୋଲା ଏବଂ ପେପସି ପୁଣିଥରେ ଭାରତୀୟ ବଜାରରେ ପ୍ରବେଶ କଲେ। ଇତି ମଧ୍ୟରେ ପ୍ରତିଯୋଗିତା ଦୌଡ଼ରେ କ୍ୟାମ୍ପାକୋଲା ତିଷ୍ଟିପାରିନଥିଲା।