Odiapua.com

ଫେରିଘାଟର ମହାଦୁର୍ନୀତି ନେଇ କ୍ରାନ୍ତିକାରୀ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍‌ରେ ଯାତାୟତର ମୁଖ୍ୟ ପ୍ରତିବନ୍ଧକ ସାଜିଛି ୬ଟି ଫେରିଘାଟ । ଶିଳ୍ପକ୍ଷେତ୍ର ଧାମରା ହେଉ କିମ୍ବା ଶୈବପୀଠ ଆରଡି ପାଇଁ ପ୍ରତିଦିନ ହଜାର ହଜାର ଯାତ୍ରୀ ଯାତାୟତ କରିଥାନ୍ତି ଏହି ଫେରିଘାଟ ମାନଙ୍କରେ । ହେଲେ ଏବେ ଫେରିଘାଟ ମାନଙ୍କରେ ଯାତ୍ରୀଙ୍କୁ ଶୋଷଣ କରୁଛନ୍ତି ଫେରିଘାଟ ନିଲାମଧାରୀ । ଯାତ୍ରୀମାନଙ୍କ ଠାରୁ ୫ ଟଙ୍କା ନେବା ବଦଳରେ ଦାବୀ କରୁଛନ୍ତି ୫୦ ଟଙ୍କା । ଏହାର ପ୍ରତିବାଦ କରି ଚାନ୍ଦବାଲିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ କ୍ରାନ୍ତିକାରୀ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିବାଦ କରିବା ସହ ପ୍ରଶାସନର ସ୍ୱଚ୍ଛତା ନେଇ ସ୍ୱର ଉଠାଇଛନ୍ତି । ଏବେ କରୋନା ମହାମାରୀ ସମୟରେ ଲୋକଙ୍କର ଆର୍ଥିକ ସ୍ଥିତି ବିଗିଡି ଯାଇଥିବାବେଳେ ଏହି ସମୟରେ ଫେରିଘାଟ ନିଲାମଧାରୀମାନେ ଯାତ୍ରୀଙ୍କ ଉପରେ ଜୁଲୁମ କରିବା ସହ ଅଧିକ ଅର୍ଥ ଦାବୀ କରି ଯାତ୍ରୀମାନଙ୍କୁ ହଇରାଣ ହରକତ କରୁଛନ୍ତି, ଯାହାକୁ ନେଇ ସ୍ୱର ଉଠାଇଛି କ୍ରାନ୍ତିକାରୀ ସଂଗଠନ ।