Odiapua.com

ଫେବୃୟାରୀ ୯ ରୁ ଆରମ୍ଭ ହେବ ତୃତୀୟ ଗୋଲଡେନ୍ ଟ୍ରାଙ୍ଗେଲ୍ ଆନ୍ତର୍ଜାତିକ ଚଳଚିତ୍ର ମହୋତ୍ସବ

ଭୁବନେଶ୍ୱର ୪-୨ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଚଳିତ ମାସ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ଗୋଲଡେନ୍ ଟ୍ରାଙ୍ଗେଲ ଆନ୍ତର୍ଜାତିକ ଚଳଚିତ୍ର ମହୋତ୍ସବ। ଚାରି ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ୧୨ ତାରିଖରେ ସରିବ। ଭୁବନେଶ୍ୱର ଜୟଦେବ ଭବନ ଠାରେ ଏହି ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଗୋଲ୍ ଡେନ୍ ଟ୍ରାଙ୍ଗେଲ୍ ଆନ୍ତର୍ଜାତିକ ଚଳଚିତ୍ର ମହୋତ୍ସବର ସଭାପତି ତଥା ସାମ୍ବାଦିକ ଶ୍ରୀଯୁକ୍ତ ପ୍ରିୟରଂଜନ ସାହୁ ଆଜି ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଦେଶ/ବିଦେଶରୁ ଅନେକ ଚଳଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର ପ୍ରମୁଖ ଏଥିରେ ଅଂଶ୍ର ଗ୍ରହଣ କରିବେ। ରୁଷିଆ, କିର୍ ଗିଜ୍ ସ୍ଥାନ, ୟୁକ୍ରେନ, ଆରମେନିଆ, ଇରାନ୍, କାନାଡା, ସାଉଦିଆରବ୍, ଉଜବେକିସ୍ଥାନ, ତାଜାକିସ୍ଥାନ, ଫିଲିପାଇନ୍ସ, ଆଫଗାନିସ୍ଥାନ ପ୍ରମୁଖ ଦେଶମାନଙ୍କରୁ ଆସିଥିବା ଚଳଚିତ୍ର ଏଥିରେ ପ୍ରଦର୍ଶିତ ହେବ। ଏହା ଛଡା ହିନ୍ଦି, ବେଙ୍ଗଳୀ, ତାମିଲ ଓ ଓଡିଆ ଭାଷାରେ ମଧ୍ୟ ପ୍ରସ୍ତୁତ ଚଳଚିତ୍ର ଏହି ଫେଷ୍ଟିଭାଲ୍ ରେ ପ୍ରଦର୍ଶିତ ହେବ। ଏହି ପରି ସର୍ବକୋଟ୍ ୫୬ ଗୋଟି ଚଳଚିତ୍ର ଏହି ଅବସରରେ ପ୍ରଦର୍ଶନ କରାଯିବ। ଚଳଚିତ୍ରପ୍ରେମୀଙ୍କ ପାଇଁ ଏହା ଏକ ଅପୂର୍ବ ସୂଯୋଗ। ଏହି ଚାରି ଦିନ ଭିତରେ ଅନେକ ଦେଶୀ ଓ ବିଦେଶୀ ଚଳଚିତ୍ର ଦେଖିବାର ସୁଯୋଗ ପାଇ ପାରିବେ। ଏହି ଫେଷ୍ଟିଭାଲ୍ ରେ ୭ ଗୋଟି ବିଭାଗରେ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ତାହା ହେଲା – ଶ୍ରେଷ୍ଠ ଚଳଚିତ୍ର, ଶେଷ୍ଠ କ୍ଷୁଦ୍ର ଚଳଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ, ଅଭିନେତା ଓ ଅଭିନେତ୍ରୀ। ଭାରତୀୟ ଚଳଚିତ୍ର ପାଇଁ ମଧ୍ୟ ଶ୍ରେଷ୍ଠ ଚଳଚିତ୍ର ଓ ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ବଲିଉଡ୍ ର ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ/ପ୍ରଯୋଜକ ସ୍ୱର୍ଗତ ଲେଖ୍ ଟଣ୍ଡନଙ୍କ ଶେଷ ଚଳଚିତ୍ର “ ଫିର ଉସି ମୋଡ୍ ପର୍ ” ପ୍ରଥମ ଥର ପାଇଁ ଏହି ଫେଷ୍ଟିଭାଲ୍ ରେ ପ୍ରିମିୟର୍ ହେବାକୁ ଯାଉଛି। ଆସନ୍ତା ୧୦ ତାରିଖ ଦିନ ଏହାର ପ୍ରିମିୟର ହେବ। ଖବରଦାତା ସମ୍ମିଳନୀରେ ଫେଷ୍ଠିଭାଲ୍ କମିଟିର ସଂପାଦିକା ତଥା ଚଳଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ, ପ୍ରତିନିଧି ହିମାଂଶୁ ଦାସ ଓ ସୁବାଷ ଘଡାଇ ପ୍ରମୁଖ ଉପସ୍ଥିତ ଥିଲେ।