Odiapua.com

ଫେବୃଆରୀ ୧୨ ଭାରତ ବନ୍ଦକୁ ସଫଳ କରିବା ପାଇଁ ଭଦ୍ରକରେ ମିଳିତ ଟ୍ରେଡ୍ ୟୁନିୟନର ଜିଲ୍ଲା ସମ୍ମିଳନୀ

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ଫେବୃଆରୀ ୧୨ ତାରିଖ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସ୍ୱାଧୀନ ଫେଡେରେସନ ପକ୍ଷରୁ ଆହୂତ ‘ସର୍ବଭାରତୀୟ ଧର୍ମଘଟ’ ଓ ‘ଭାରତ ବନ୍ଦ’କୁ ସଫଳ କରିବା ପାଇଁ ଭଦ୍ରକ ଜିଲ୍ଲା ମିଳିତ ଟ୍ରେଡ୍ ୟୁନିୟନ ପକ୍ଷରୁ ଏକ ବିଶାଳ ପ୍ରସ୍ତୁତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ କାଳନ୍ଦୀ ପାତ୍ର (ସିଟୁ), ରମେଶ ଜେନା (ଏଆଇଟିୟୁସି), ସମର ବଳ (ଏଆଇସିସିଟିୟୁ) ଏବଂ ରାମଚନ୍ଦ୍ର ଶଙ୍ଖୁଆ (ଏଆଇୟୁଟିୟୁସି) ଙ୍କୁ ନେଇ ଏକ ଅଧ୍ୟକ୍ଷ ମଣ୍ଡଳୀ ଗଠନ କରାଯାଇଥିଲା। କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପ୍ଲାଟଫର୍ମର ସମନ୍ୱୟକ ତଥା ଏଆଇସିସିଟିୟୁର ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଦା ଏହି ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ଉପରେ ଶାଣିତ ଆକ୍ରମଣ କରିଥିଲେ।ମୋଦି ସରକାର ୨୦୧୪ ମସିହା ଠାରୁ ଶ୍ରମିକ ଓ କୃଷକ ମାନଙ୍କ ଉପରେ କିଭଳି ଆକ୍ରମଣ କରୁଛି ତାର ଉଦାହରଣ ଦେଇ ବିହନ ବିଲ୍ ୨୫, ଶ୍ରମ କୋଡ଼ କିପରି ଶ୍ରମିକ ମାନଙ୍କୁ ମାଲିକ ଙ୍କ ପାଖରେ ଗୋଲାମୀ କରାଇବା ଲାଗି ମସୁଧା ଚଳାଇଛନ୍ତି ବୋଲି କହିଥିଲେ। ମହେନ୍ଦ୍ର ପରିଡ଼ା ନିଜ ବକ୍ତବ୍ୟରେ ନୂତନ ଶ୍ରମ କୋଡ୍‌ର ଭୟଙ୍କର ଦିଗଗୁଡିକୁ ଉପସ୍ଥାପନ କରିଥିଲେ। ନିଯୁକ୍ତି ସୁରକ୍ଷାର ଅଭାବ: ୩୦୦ ରୁ କମ୍ ଶ୍ରମିକ ଥିବା କମ୍ପାନୀଗୁଡିକ ବିନା ସରକାରୀ ଅନୁମତିରେ ଶ୍ରମିକଙ୍କୁ ଛଟେଇ କରିପାରିବେ, ଯାହା ଶ୍ରମିକଙ୍କ ଭବିଷ୍ୟତକୁ ଅସୁରକ୍ଷିତ କରିଦେବ।ଧର୍ମ ଘଟ ଓ ସଂଘ ଗଠନ କରିବାରେ ଶ୍ରମିକ ମାନେ ଅସୁବିଧାର ସମୁଖୀନ ହେବେ। କର୍ମଘଂଟା ବୃଦ୍ଧି: ୮ ଘଂଟା ପରିବର୍ତେ କର୍ମଘଂଟାକୁ ୧୨ ଘଂଟା ପର୍ଯ୍ୟନ୍ତ ବୃଦ୍ଧି କରି ଶ୍ରମିକଙ୍କୁ ଶୋଷଣ କରିବାକୁ ସୁଯୋଗ ଦିଆଯାଇଛି। ଆନ୍ଦୋଳନ କରିବାର ଅଧିକାର କ୍ଷୁଣ୍ଣ: ଧର୍ମଘଟ ପାଇଁ କଡ଼ା ନିୟମ ପ୍ରଣୟନ କରି ଶ୍ରମିକଙ୍କ ସାମ୍ବିଧାନିକ ପ୍ରତିବାଦ କରିବାର ଅଧିକାରକୁ ଛଡ଼ାଇ ନିଆଯାଇଛି। ଅସ୍ଥାୟୀ ନିଯୁକ୍ତିକୁ ପ୍ରୋତ୍ସାହନ: ‘ଫିକ୍ସଡ୍ ଟର୍ମ ଏମ୍ପ୍ଲୟମେଂଟ’ ଜରିଆରେ ସ୍ଥାୟୀ ନିଯୁକ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିବାର ଷଡ଼ଯନ୍ତ୍ର କରାଯାଇଛି। ଦାବିଗୁଡିକ ମଧ୍ୟରେ ମାରଣାନ୍ତକ ୪ଟି ଶ୍ରମ କୋଡ କିପରି ଶ୍ରମିକ ମାନଙ୍କର ସ୍ଥାଇ ନିଯୁକ୍ତି ଛଡାଇ ନେବ, ସାମାଜିକ ସୁରକ୍ଷା ମଧ୍ୟ ଏକ ସ୍ୱପ୍ନ ପାଲଟିବ, ବିବାଦୀୟ ‘ବି.ଭି. ଜି. ରାମା ଜି’ କାର୍ଯ୍ୟକ୍ରମ ଏବଂ ଘରୋଇକରଣ ନୀତିକୁ ପ୍ରତ୍ୟାହାର କରିବା, ଜନବିରୋଧୀ ବିଦ୍ୟୁତ୍ ବିଲ୍‌-୨୦୨୫, ବିହନ ବିଲ୍‌-୨୦୨୫ ଏବଂ ଶାନ୍ତି ବିଲ୍‌-୨୦୨୫ କୁ ରଦ୍ଦ କରିବା। ଏହି ଅବସରରେ ବସନ୍ତ ନାୟକ, ନବ ବେହେରା, ଭୀମସେନ ଶଙ୍ଖୁଆ, ଶାନ୍ତିଲତା ରାଉତ, ସୀତା ଦାସ, ସୁରଜିତ ନାୟକ, ରଂଜିତା ପଣ୍ଡା, ଗାୟତ୍ରୀ ବେହେରା,ଦିବ୍ୟସିଂହ ନାୟକ, ସମର ବଳ, ପ୍ରଭାସ ମହାପାତ୍ର, ଶୁଭେନ୍ଦୁ ପ୍ରତାପ ମହାନ୍ତି, ପର୍ଶୁରାମ ଲେଙ୍କା, ନିରଞ୍ଜନ ପାଣି, ଚନ୍ଦ୍ର ଶେଖର ନାୟକ, ଗୌରାଙ୍ଗ ଜେନା, ପ୍ରତାପ ସେଠି,ଜୟନ୍ତୀ ବିଶ୍ୱାଳ, କଳ୍ପନା ରାଉତ, ରେଙ୍ଗ ହଳଦା ଓ ରବିନ ବାରିକ ପ୍ରମୁଖ ଉଦ୍‌?ବୋଧନ ଦେଇ ୧୨ ଫେବୃଆରୀର ‘ଭାରତ ବନ୍ଦ’କୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ। ଶେଷରେ ବିଷ୍ଣୁ ଦାସ ସମସ୍ତ ଅଂଶଗ୍ରହଣକାରୀ ଓ ଶ୍ରମିକ ଭାଇଭଉଣୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।