Odiapua.com

ଫୁଲ ଯୋଜୋନାରେ ପୁରୀ ଜିଲ୍ଲାର ଏକ ହଜାର ୪୦ ଜଣ ଦିବ୍ୟାଙ୍ଗଙ୍କୁ ମିଳିବ ୪ କୋଟି ୭୨ ଲକ୍ଷ ଟଙ୍କାର ସହାୟତା

ପୁରୀ- ୩.୧୧ (ଓଡ଼ିଆ ପୁଅ) – ବିଶ୍ଵ ଭିନ୍ନକ୍ଷମ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ପୁରୀ ଜିଲ୍ଲା ର ୧୦୪୦ ଜଣ ଭିନ୍ନକ୍ଷମଙ୍କୁ ସେମାନଙ୍କ ଜୀବନ ଜୀବିକା ପାଇଁ ୪ କୋଟି ୭୨ ଲକ୍ଷ ଟଙ୍କାର ସହାୟତା ରାଶି ‘ଫୁଲ’ ଯୋଜନା ମାଧ୍ୟମରେ ପ୍ରଦାନ୍ କରାଯିବ। ଫୁଲ ଯୋଜନାର ଫାଇନାନ୍ସିଆଲ୍ ପାର୍ଟନର ଭାବରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ତରଫରୁ ୨କୋଟି ୩୬ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇ ଥିଲା ବେଳେ ଏହି ଯୋଜନାର ଅନ୍ୟତମ ଫାଇନାନ୍ସିଆଲ୍ ପାର୍ଟନର ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ମଧ୍ୟ ୨କୋଟି ୩୬ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆ ଯାଇଛି।ସୂଚନା ଯୋଗ୍ୟ ଯେ ଇତି ମଧ୍ୟରେ ଫୁଲ ଯୋଜନାର ମିସନ୍ ୱାନ୍ ଥାଉଜେଣ୍ଟରେ ସାମିଲ ହୋଇ ଜୀବନ ଜୀବିକା ପାଇଁ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଥିବା ଏକ ହଜାର ୪୪ଜଣଙ୍କ ହିତାଧିକାଙ୍କ ୩ ଦିନିଆ ଇ. ଡି.ପି ଟ୍ରେନିଂ( E D P) ଶେଷ ହୋଇଛି।ପ୍ରତ୍ୟେକ ହିତାଧକାରୀଙ୍କ ଷ୍ଟେଟ୍ ବ୍ୟାଙ୍କରେ ଆକାଉଣ୍ଟ୍ ମଧ୍ୟ ଖୋଲାଯାଇଛି। ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସର ଏହି ଯୋଜନା ମାଧ୍ୟମରେ ଆଜିଠାରୁ ଟଙ୍କା ଛଡାଯିବାର ବ୍ୟବସ୍ଥା କରାଯାଇଛି। ଆଗାମୀ ୧୦ଦିନ ମଧ୍ୟରେ ସମସ୍ତ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ଛଡା ଯିବ ବୋଲି ଏହି କାର୍ଯ କ୍ରମର ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ଶଙ୍କର୍ଷଣ ମଲିକ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଓଡ଼ିଶା ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ପୁରୀ ଜିଲ୍ଲାରେ ଦିବ୍ୟାଙ୍ଗ୍ ମାନଙ୍କ ଜୀବନ ଜୀବିକା ପାଇଁ ଏଭଳି ପଦକ୍ଷେପ ନିଆଯାଇ ଥିବାରୁ ଏହାର ପ୍ରଶଂସା କରିବା ସହିତ ସମସ୍ତ ସରକାରୀ କର୍ମାରୀମାନେ ଭିନକ୍ଷମ ପ୍ରତି ନିଜର ମନୋଭାବରେ ପରିବର୍ତ୍ତନ ଆଣି କାର୍ଯ୍ୟ କରିବା ଆବଶ୍ୟକ ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା ଭିନ୍ନକ୍ଷମ ମାନଙ୍କ ପାଇଁ ଯେଉଁ ସବୁ ଯୋଜନା ଗୁଡ଼ିକ ହେଉଛି ସେସବୁର ସୁବିଧା ଯେପରି ଭିନ୍ନକ୍ଷମ ମାନେ ପାଇ ପାରିବେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଭିନକ୍ଷମ ମାନଙ୍କୁ ଏହି ଯୋଜନା ମାଧ୍ୟମରେ ଯେଉଁ ସହାୟତା ରାଶି ମିଳୁଛି ତାହାର ସଦୁପଯୋଗ କରି ନିଜେ ସ୍ବାବଲମ୍ବୀ ହେବାପାଇଁ ଆହ୍ବାନ ଦେଇ ଥିଲେ। ଏଥି ସହିତ ଆଗାମୀ ଦିନରେ ଭିନ୍ନକ୍ଷମ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରାଯିବ ବୋଲି କହିଥିଲେ। ଏହି କ୍ରମରେ ପୁରୀ ଜିଲ୍ଲାର ବଜରଙ୍ଗ ବଲି ଭିନ୍ନକ୍ଷମ ସ୍ବୟଂ ସହାୟକ ଗୋଷ୍ଠୀ ଓ ମା ମଙ୍ଗଳା ଭିନ୍ନକ୍ଷମ ସ୍ବୟଂସହାୟକ ଗୋଷ୍ଠୀ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଦିଆଯାଇଥିଲା। ଏହି ଅବସରରେ ପୁରୀ ଜିଲ୍ଲା ପାଇଁ ଗୌରବ ଆଣି ଥିବା ପାରା ଆଥେଲେଟ୍ ଜୟନ୍ତୀ ବେହେରା, ଅକ୍ଷକୁମାର ସାହୁ, ଅମିୟ ରଞ୍ଜନ ତ୍ରିପାଠୀ ଏବଂ ପୁନିଲ୍ କୁମାର ସିଂ ଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସର ରେ ୬ ଜଣ ଙ୍କୁ U.D.I.D କାର୍ଡ, ୫ଜଙ୍କୁ ଭତ୍ତା, ୪ଜଣଙ୍କୁ ହୁଇଲ ଚେୟାର ଏବଂ ଜଣଙ୍କୁ ଟ୍ରୟେ ସାଇକେଲ ପ୍ରଦାନ୍ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଫୁଲ ଯୋଜନା ଜିଲ୍ଲା ପରାମର୍ଶ ଦାତା ଶ୍ରୀ ସିଦ୍ଧାର୍ଥ ରାୟ ସ୍ଵାଗତ ଅଭିଭାଷଣ ଦେବା ସହିତ ସଭା ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ ନାୟକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ତରଫରୁ ଦିବ୍ୟାଂଙ୍ଗ ମାନଙ୍କୁ ମିଳୁଥିବା ବିଭିନ୍ନ ସହାୟତା ସମ୍ପର୍କରେ ସୂଚନାଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଭିନ୍ନକ୍ଷମ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।