Odiapua.com

ଫୁଲଛତ୍ର ଅର୍ପଣ କଲେ ମାନସିକଧାରୀ, ପାଳିଆ ଶ୍ରୀବିରଂଚି ନାରାୟଣଙ୍କ ପୀଠରେ ଐତିହାସିକ ଗୁଣ୍ଡୁଣୀ ମେଳା

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପାଳିଆବିନ୍ଧା ପଂଚାୟତ ଅଧୀନ ପାଳିଆ ଗ୍ରାମରେ ଶ୍ରୀବିରଂଚି ନାରାୟଣଙ୍କ ପୀଠରେ ସୋମବାର ଐତିହାସିକ ଗୁଣ୍ଡୁଣୀ ମେଳା ଅନୁଷ୍ଠିତ ହେଉଛି। ଏଥିପାଇଁ ଶ୍ରୀବିରଂଚି ନାରାୟଣପୀଠ ଉତ୍ସବମୁଖର ହୋଇଛି । ଏହି ମେଳା ୫ଦିନ ଧରି ଚାଲିବାକୁ ଥିବାବେଳେ ମେଳାରେ ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଏହି ବିରଂଚି ନାରାୟଣ କ୍ଷେତ୍ର ରାଜ୍ୟ ମାନଚିତ୍ରରେ ପର୍ଯ୍ୟଟନସ୍ଥଳର ମନ୍ୟତା ପାଇଛି। ପ୍ରତିଦିନ ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀବିରଂଚ ି ନାରାୟଣଙ୍କ ପୂଜାର୍ଚ୍ଚନା କରଯାଉଛି । ଏହିପୀଠସ୍ଥଳ ଅର୍କକ୍ଷେତ୍ର ରୂପେ ପରିଗଣିତ । ଏହି ମନ୍ଦିର କୋଣାର୍କ ପରେ ୨ୟ ସୂର୍ଯ୍ୟ ମନ୍ଦିରର ମନ୍ୟତା ପାଇଛି। ମନ୍ଦିରଟି ଏକ ରଥ ଉପରେ ଦଣ୍ଡାୟମାନ । ରଥର ଚକସବୁ ମାଟିତଳେ ପୋତିହୋଇ ରହିଛି । ମନ୍ଦିରର ଚତୁର୍ଦିଗକୁ ୪ଟି ଦ୍ୱାର ଥିବାବେଳେ ମନ୍ଦିର ଭିତରେ ଚତୁର୍ମୁଖୀ ବ୍ରହ୍ମା ପୂଜା ପାଉଛନ୍ତି । କୁହାଯାଏ ବହୁ ବର୍ଷ ଆଗରୁ ପାଳିଆ ଗ୍ରାମ ନିକଟରେ ସମୁଦ୍ର ଥିଲା ଏବଂ ଗୁଣ୍ଡୁଣୀ ନାମକ ବନ୍ଦର ଥିଲା । ସେହି ସ୍ମୃତିକୁ ଉଜ୍ଜୀବିତ ରଖିବାକୁ ଗୁଣ୍ଡୁଣୀ ମେଳାର ପରିକଳ୍ପନା କରାଯାଇଥିବା କୁହାଯାଉଛି । ତେବେ ସେହି ପୀଠରେ ସୂର୍ଯ୍ୟଙ୍କ ଚଳନ ଅନୁଯାୟୀ ଯେତେସବୁ ପର୍ବ ଅନୁଷ୍ଠିତ ହୋଇଥାଏ ତନ୍ମଧ୍ୟରୁ ଗୁଣ୍ଡୁଣୀ ମେଳା ବେଶ ଯାକଯମକର ସହ ପାଳିତ ହୋଇଥାଏ । କଥିତ ଅଛି ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶପ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ । ପରେ ସେ ଶ୍ରୀବିରଂଚି ନାରାୟଣଙ୍କ ଆଶ୍ରିତ ହୋଇ ରୋଗମୁକ୍ତ ହୋଇଥିଲେ । ତେଣୁ ଛଉ ବା ଚର୍ମ ରୋଗରୁ ମୁକ୍ତି ପାଇଁ ଲୋକମାନେ ଶ୍ରୀ ବିରଂଚି ନାରାୟଣଙ୍କୁ ଫୁଲଛତ୍ର ଅର୍ପଣ କରିଥାନ୍ତି । ଶ୍ରଦ୍ଧାଳୁମାନେ ଶ୍ରୀବିରଂଚି ନାରାୟଣଙ୍କ ଦର୍ଶନ କରି ଦ୍ୱୀପ ଓ ଭୋଗ ଲଗାଇବା ସହ କୃପା ଲାଭ କରିଛନ୍ତି । ବିଭିନ୍ନ ଅଂଚଳରୁ ଶତାଧିକ ବ୍ୟବସାୟୀ ମଧ୍ୟ ସେଠାରେ ନିଜର ବାଣିଜ୍ୟ ପ୍ରତିଷ୍ଠାନ ଖୋଲିଛନ୍ତି । ଶ୍ରୀ ବିରଂଚି ନାରାୟଣ ଚୂନଭାଟି ମେଳଣ କମିଟିର ସଭାପତି ଚକ୍ରଧର ରାଉତ, ସମ୍ପାଦକ ତାରାକାନ୍ତ ପହ୍ଲାଇ , ସଦସ୍ୟ ବିଜୟ କୁମାର ପାତ୍ର, ଗଦାଧର ରାଉତ, ତପନ କୁମାର ମହାଳିକ, ହାସିମ କାଦ୍ରୀ ସାହା, ସୁଶାନ୍ତ କୁମାର ଦାସ, ସଂଗ୍ରାମ ପହ୍ଲାଇ ପ୍ରମୁଖ ମେଳା ପରିଚାଳନାରେ ସହଯୋଗ କରୁଛନ୍ତି ।