Odiapua.com

ଫାସନୋଭା ରେ ସମ୍ବଲପୁରୀ ହସ୍ତତନ୍ତ ପରିଧାନରେ ମୋଡ଼େଲଙ୍କ ରେମ୍ପ ସୋ

ସମ୍ବଲପୁର, ୨୬/୮ (ଓଡ଼ିଆ ପୁଅ) ନେକ୍ସଜେନ ମ୍ୟାନେଜମେଂଟ ଏବଂ ଓରିସିସ ପକ୍ଷରୁ ସ୍ତାନୀୟ ଡ଼ି-ଲାଉଞ ଠାରେ ଫ୍ୟାସନ ସୋ – ଫ୍ୟାସନୋଭା ୨୦୧୯ ଗତକାଲି ଅନୁଷ୍ଟିତ ହୋଇଥିଲା। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଉଦୀୟମାନ ମୋଡ଼େଲ ମାନେ ପାରମ୍ପାରିକ ଏବଂ ଆଧୂନିକ ଡ଼ିଜାଇନର ସମ୍ବଲପୁରୀପରିଧାନରେ ରେମ୍ପ ସୋ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଡ଼ା. ଋାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟଅତିଥି, ଏମସିଏଲର ଜନସମ୍ପର୍କ ପ୍ରବଂଧକ ଡ଼ିକେନ ମେହେରା ଏବଂ କଲ୍ୟାଣ ଶତପଥୀ ସମ୍ମାନୀୟ ଅତିଥି ରୂପେ ଯୋଗଦେଇ ଉଦବୋଧନ ଦେଇଥିଲେ। ପ୍ରାରମ୍ବରେ ଓରିସିସର ଅଧ୍ୟକ୍ଷା ଅନୁସୟା ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନେକ୍ସଜେନର ନିର୍ଦ୍ଦେଶକ ହିତେନ୍ଦ୍ର ଶାହି ନିଜର ମାଟିର ପାମ୍ପାରିକ ହସ୍ତତନ୍ତ କାରିଗର ଙ୍କ ଦ୍ୱାରା ପ୍ରସ୍ତୁତ ଅନନ୍ୟ ସମ୍ବଲପୁରୀ ବସ୍ତ୍ରର ବ୍ୟବହାର ଉପରେ ଯୋର ଦେଇଥିଲେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମ୍ବଲପୁର, ଭୁବନେଶ୍ୱର ପ୍ରଭୃତି ସହରର ଫେସନ ଡ଼ିଜାଇନର ମାନଙ୍କୁ ସଂବର୍ଧିତ କରାଯାଇଥିଲା। ମିଲନ ହୋତା, ସୁମିତ ପଟେଲ, ଶୁଭ୍ରାଂଶୁ ସୁଭ୍ରଜିତ ସାଲେମା ଏବଂ ରୋଷନ ନାୟକ ସୋ କୁ ପରିଚାଳନା କରିଥିବା ବେଳେ ଶୁଭ୍ରଜିତ ପଂଡ଼ା ସଂଯୋଜନା କରିଥିଲେ। ଦ୍ୱିତୀୟ ଥର ପାଇଁ ଆୟୋଜିତ ଏହି ଫେସନ ସୋରେ ବୁନକାରୀ ଇଂଡ଼ିଆ, ସାକ୍ଷୀ, ପ୍ଲାନେଟ ହରଜିତ, ଟ୍ରେଡ଼ିସିନାଲ େଓ, ବ୍ୱାର ଦ୍ରୋବ ପ୍ରଭୃତି ଫେସନ ହାଉସମାନଙ୍କର ପ୍ରସ୍ତୁତ ଆଧୂନିକ ଓ ଆକର୍ଷଣୀୟ ଡ଼ିଜାଇନର ସମ୍ବଲପୁରୀ ପୋଷକ ପରିଧାନ କରି ମୋଡ଼େଲ ମାନେ ର୍ୟାମ୍ପ ସୋ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମୋହନ ବର୍ତା, ମେଘନା ବୋଷ, ସୁସ୍ମୀତା ପ୍ରଧାନ, ଚିତରଞନ, ସୁମନ, ତିଲକ ବିହାରୀ, ତନ୍ମୟା ରଥ, ଅଳକା ସିଂହ, ସ୍ୱାତୀ ରାୟ, ରତନ ସାଓ, ସୁବୋଧ ଚାନ୍ଦ ପ୍ରମୁଖ ସମ୍ବଲପୁର ଆଖପାଖର ମୋଡ଼େଲ ମାନେ ମଧ୍ୟ ସୋରେ ଭାଗ ନେଇଥିଲେ।