ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚାନ୍ଦବାଲି ତହସିଲ ଅଧିନ ଫାର୍ଶିବନ୍ଧ ଗ୍ରାମରେ ସରକାରୀ ସ୍ଥାନକୁ ଦୀର୍ଘଦିନ ହେବ ନିଜ ଅକ୍ତିଆର କୁ ନେଇ ଦଖଲ କରୁଥିବା ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଏହି ସ୍ଥାନରୁ ହଟାଇବା ପାଇଁ ଦାବୀ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଫାର୍ଶିବନ୍ଧ ଗ୍ରାମରେ ଖାତା ନଂ-୧୬୨,ପ୍ଲଟ ନଂ-୫୧୭ ରେ ଥିବା ଗୋଚର ସ୍ଥାନକୁ ସେହି ଗ୍ରାମର ସୁରେଶ ନାୟକ ଦୀର୍ଘଦିନ ହେବ ଦଖଲ କରି ଆସୁଛନ୍ତି। ଉକ୍ତ ସ୍ଥାନକୁ ଜବରଦଖଲ ମୁକ୍ତ କରିବା ପାଇଁଫାର୍ଶିବନ୍ଧ ଗ୍ରାମବାସୀ ଚାନ୍ଦବାଲି ତହସିଲଦାରଙ୍କ ନିକଟରେ ଦାବୀ କରିଥିବା ବେଳେ ଚାନ୍ଦବାଲି ତହସିଲଦାର ଏହି ସ୍ଥାନକୁ ଅବରୋଧ ମୁକ୍ତ କରିବା ପାଇଁ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଚିଠି କରିବା ପରେ ମଧ୍ୟ ସଂପୃକ୍ତ ବ୍ୟକ୍ତି ବିଶେଷ ଏହାକୁ ଅବରୋଧ ମୁକ୍ତ କରୁନାହାନ୍ତି।‘ଫଳରେ ଏହି ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବା ସହ ସଂପୃକ୍ତ ସ୍ଥାନକୁ ଅବରୋଧ ମୁକ୍ତ କରିବାକୁ ଗ୍ରାମବାସୀ ଦାବୀ ଜଣାଇଛନ୍ତି।