Odiapua.com

ଫାଣ୍ଡି ଓ ଗାଡି ଭଙ୍ଗାରୁଜା ଘଟଣାର ପ୍ରକୃତ ତଦନ୍ତ ପାଇଁ ଏସଡିପିଓଙ୍କ ନିକଟରେ ଦାବି କଲେ ସରପଞ୍ଚ

ହାଟଡିହି-୫ /୬, କେନ୍ଦୁଝର ଜିଲ୍ଲା ବଉଳା ଫାଣ୍ଡି ଓ ଗାଡି ଭଙ୍ଗାରୁଜା ଘଟଣାର ପ୍ରକୃତ ତଦନ୍ତ କରିବା ପାଇଁ ଧନୁର୍ଜୟପୁର ସରପଞ୍ଚ ଅନ୍ନପୁର୍ଣ୍ଣା ରାଉତ ଦାବି କରିଛନ୍ତି । ତାଙ୍କ ସ୍ୱାମୀଙ୍କୁ ମିଛକେସରେ ଫସାଇ ଗିରଫ କରାଯାଇଥିବା ସେ ଅଭିଯୋଗ କରି ଆନନ୍ଦପୁର ଏସଡିପିଓଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ଗତ ୨ତାରିଖ ରାତି ପ୍ରାୟ ୯ଟା ସମୟରେ ତାଙ୍କ ପଞ୍ଚାୟତ ଅଧିନସ୍ଥ ଗହଳଡାହି ଗ୍ରାମର ଗୋଟିଏ ନବ ଦମ୍ପତ୍ତିଙ୍କୁ ବଉଳା ଫାଣ୍ଡି ପୁଲିସ ଘରୁ ଉଠାଇ ଆଣିଥିଲେ । ଏନେଇ ଗ୍ରାମର ଶତାôଦକ ଲୋକ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ତାଙ୍କ ୱାର୍ଡସଭ୍ୟାଙ୍କ ସ୍ୱାମୀ ଏ ସମ୍ପର୍କରେ ଫୋନକରି ସରପଞ୍ଚଙ୍କୁ ଜଣାଇବାପରେ ସରପଞ୍ଚ ଅନ୍ନପୁର୍ଣ୍ଣା ରାଉତ ଓ ତାଙ୍କ ସ୍ୱାମୀ ବିଶ୍ୱଜିତ ରାଉତ ରାତି ପ୍ରାୟ ୧୦ଟା ୩୦ ସମୟରେ ବଉଳା ଫାଣ୍ଡିରେ ପହଞ୍ଚି ଏହାର ସମାଧାନ ପାଇଁ ଫାଣ୍ଡି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । କିନ୍ତୁ ସେ ଅସୁସ୍ଥ ହୋଇପଡିବାରୁ ସେ ଘରକୁ ପଳାିଥିଲେ । ପରେ ରାତି ୧୨ଟାରେ ଶୁଣିବାକୁ ପାଇଲେ ଯେ ସୋସୋ ଥାନା ଅଧିକାରୀ ଗଗନ ନାୟକ ତାଙ୍କୁ ଘସିପୁରା ଥାନାକୁ ନେଇ ଅଟକ ରଖିଛନ୍ତି । ପରେ ବଉଳା ଫାଣ୍ଡି ଅଧିକାରୀଙ୍କ ଏତଲାକ୍ରମେ ତାଙ୍କ ନାମରେ ଏକ ମାମଲା ରୁଜୁକରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ବଉଳା ଫାଣ୍ଡି ଅଧିକାରୀଙ୍କ ଏତଲାରେ ମୋ ସ୍ୱାମୀ ଫାଣ୍ଡିର ଝରକା କାଚ ଭାଙ୍ଗିବା, ଫାଣ୍ଡି ସମ୍ମୁଖରେ ଥିବା ସ୍କୋର୍ପିଓ ଗାଡିର ଆଗପଛ କାଚ ଭାଙ୍ଗିବା ଦର୍ଶାଯାଇଛି । କିନ୍ତୁ ଏହା ସମ୍ପୁର୍ଣ୍ଣ ମିଥ୍ୟା ଅଟେ । ଯାହାର ସମ୍ପୁର୍ଣ୍ଣ ପ୍ରମାଣ ତାଙ୍କ ନିକଟରେ ଅଛି ବୋଲି ସେ ଅଭିଯୋଗ ପତ୍ରରେ ଉଲେଖ କରିଛନ୍ତି । ଏଣୁ ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତାଙ୍କ ସ୍ୱାମୀଙ୍କ ନାମରେ କରାଯାଇଥିବା ମିଥ୍ୟା ଅଭିଯୋଗକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛନ୍ତି ।