Odiapua.com

ଫଲ୍ମ RRR ର ‘ନାଟୁ-ନାଟୁ’ ଗୀତ ପାଇଁ ‘ଗୋଲ୍ଡେନ୍ ଗ୍ଲୋବ ଆୱାର୍ଡ ୨୦୨୩’ ପୁରସ୍କାର

ନୂଆ ଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ସାଉଥ ଇଣ୍ଡିଆ ସିନେମା ‘RRR’ ସୃଷ୍ଟି କଲା ଇତିହାସ। ମିଳିଲା ଗୋଲଡେନ୍ ଗ୍ଲୋବ ଆୱାର୍ଡ ୨୦୨୩’। ଏହି ଚଳଚ୍ଚିତ୍ରର ତେଲୁଗୁ ଗୀତ ‘ନାଟୁ ନାଟୁ’ ପାଇଁ ଶ୍ରେଷ୍ଠ ଗୀତ ପୁରସ୍କାର ଲାଭ କରିଛି। ଫିଲ୍ମ ‘ଆରଆରଆର’ ଗତ ବର୍ଷ ମାର୍ଚ୍ଚରେ ସିନେମା ହଲରେ ମୁକ୍ତିଲାଭ କରିଥିଲା ଏବଂ ୱାର୍ଲ୍ଡ ବକ୍ସ ଅଫିସରେ ୧୨୦୦ କୋଟିରୁ ଅଧିକ ଆୟ କରିଥିଲା। ଦୁନିଆର ସବୁଠାରୁ ଲୋକପ୍ରିୟ ପୁରସ୍କାର ଶୋ ‘ଗୋଲ୍ଡେନ ଗ୍ଲୋବ ୨୦୨୩’ ଆରମ୍ଭ ହୋଇଛି। ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଅନେକ ଚଳଚ୍ଚିତ୍ର ପ୍ରତିଯୋଗିତାରେ ଅଛି। ଭାରତରୁ ସାଉଥ ସିନେମାର ବ୍ଲକବଷ୍ଟର ଚଳଚ୍ଚିତ୍ର RRR ମଧ୍ୟ ‘ଗୋଲଡେନ୍ ଗ୍ଲୋବ ୨୦୨୩’ ପାଇଁ ମନୋନୀତ ହୋଇଛି।

ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ଏହି ଗୀତ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି

https://twitter.com/goldenglobes/status/1613025134050443265