Odiapua.com

ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ଵର,୨୬/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ଜଣେ ସରକାରୀ ଅଧିକାରୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସର ଏକ ଟିମ କଟକ ବୌଦ୍ଧ ଫରେଷ୍ଟରଙ୍କ ଘରେ ଚଢାଉ କରିଛି । ବୈାଦ୍ଧ ଜିଲ୍ଲା କେନ୍ଦୁପତ୍ର ବିଭାଗର ଫରେଷ୍ଟର ଭାବେ କାର୍ଯ୍ୟ କରୁଥିବା ଜଗବନ୍ଧୁ ପାତ୍ରଙ୍କ ଘରେ ଆଜି ଭିଜିଲାନ୍ସର ଏକ ଟିମ ଚଢାଉ କରିଛି ।ତେବେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଜଗବନ୍ଧୁ ପାତ୍ରଙ୍କ ରଇଠାଣିସ୍ଥିତ ବାସଭବନ, ଟାଟା ମୋଟରକୁ ଭଡ଼ାରେ ଲଗାଇଥିବା ଏକ ଅଟାଳିକା ସମେତ ଅନ୍ୟ ୪ଟି ସ୍ଥାନରେ ଭିଜିଲାନ୍ସର ଏକ ଟିମ ଏକକାଳୀନ ଚଢାଉ କରିଛି । ତାଙ୍କ ଘରୁ ଅନେକ ଜରୁରୀ କାଗଜପତ୍ର ଦସ୍ତାବିଜ ଯାଞ୍ଚ ହୋଇଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ଯାଂଚ ଜାରି ରହିଛି । ବୈାଦ୍ଧ ଓ ଫୁଲବାଣୀ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଛି।

କର୍ମୀ ମାଙ୍କଡ଼, ନେତା ମଦାରୀ; “ଷ୍ଟକହୋମ ସିନଡ୍ରୋମ” ଲକ୍ଷଣ କି?