Odiapua.com

ଫନୀବାତ୍ୟାକୁ ୬ମାସ ପୁରିଥିଲେ ମଧ୍ୟ ଏବେବି ଘରଭଙ୍ଗା ସାହାଯ୍ୟ ଅପହଞ୍ଚ

ପୁରୀ, ୩/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପ୍ରଳୟଙ୍କାରୀ ଫନୀ ବତ୍ୟାରେ ପୁରୀ ସହରର ବିଭିନ୍ନ ୱାର୍ଡ଼ ଓ ବସ୍ତି ଅଞ୍ଚଳରେ କ୍ଷୟକ୍ଷତି ହୋଇଥିଲେ ମଧ୍ୟ କେତେକ ୱାର୍ଡ଼ର କ୍ଷତିଗସ୍ତ ଲୋକଙ୍କ ପାଖରେ ଏବେବି ଘରଭଙ୍ଗା ଅର୍ଥରାଶି ପହଞ୍ଚିନଥିବା ଅଭିଯୋଗ ହେଉଛି। ଏସଂପର୍କରେ ବାରମ୍ବାର ତହସିଲ ଅଫିସକୁ ହିତାଧିକାରୀମାନେ ଦଉଡ଼ୁଥିଲେ ମଧ୍ୟ କୌଣସି ସମ୍ପୂର୍ଣ୍ଣ ତଥ୍ୟ ମିଳୁନଥିବା ଯୋଗୁ ସେମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଯେଉଁମମାନଙ୍କର ଖାଉଟିକାର୍ଡ଼ ନଥିବ ସେମାନେ ଆଧାରକାର୍ଡ଼ରେ ସାହାର୍ଯ୍ୟ ପାଇବେ ବୋଲି ଜିଲାପ୍ରଶାସନ ପକ୍ଷରୁ କୁହାଯାଇଥିଲା।କିନ୍ତୁ ଯେଉଁମାନଙ୍କ ଆଧାରକାର୍ଡ଼ରେ ଜଣଙ୍କ ନାମ ରହିଛି ସେମାନେ ଏହି ସହାୟତାରୁ ବଞ୍ଚିତ ହୋଇଛନ୍ତି। ଏହି ଲୋକମାନେ ବାରମ୍ବାର ପୌରକାର୍ଯ୍ୟାଳୟକୁ ଯାଇ କୌଣସି ତଥ୍ୟ ନପାଇ ନିରାଶ ହୋଇ ପେରୁଛନ୍ତି। ଘରଭଙ୍ଗା ସାହାର୍ଯ୍ୟ ଓ ଆଧାରକାର୍ଡ଼ରେ ସିଙ୍ଗଲ ସଦସ୍ୟଙ୍କ ନାମ ସଂପର୍କରେ ଜିଲାପ୍ରଶାସନ ତଥା ଜିଲାପାଳ ଅନୁସନ୍ଧାନ କରି ସଂପୃକ୍ତ ହିତାଧିକାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ମହଲାରୁ ଦାବି ହେଉଛି।