Odiapua.com

ଫନି ଆକ୍ରାନ୍ତଙ୍କ ପାଇଁ ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ପାଣ୍ଠିକୁ ୫ଲକ୍ଷ ଟଙ୍କାର ଡିଡି ପ୍ରଦାନ

ଭୁବନେଶ୍ୱର, ୭/୬ (ଓଡ଼ିଆ ପୁଅ) : ଫନି ବାତ୍ୟା କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଜି ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ୍(ଓସାନ୍) କର୍ମକର୍ତ୍ତାମାନେ ଭେଟି ୫ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ମୁଖ୍ୟମନ୍ତ୍ରୀ ରିଲିଫ୍ପାଣ୍ଠିକୁ ପ୍ରଦାନ କରିଛନ୍ତି। ଆସୋସିଏସନ୍ସମେତ ନାଇଜେରିଆରେ ଥିବା ହିନ୍ଦୁ ମନ୍ଦିର ଫାଉଣ୍ଡେସନ୍ଓ ଅନ୍ୟ ଭାରତୀୟମାନେ ଏଥିଲାଗି ଅର୍ଥ ଦାନ କରିଛନ୍ତି।

କ୍ରମାଗତ ଭାବେ ପଞ୍ଚମଥର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଶ୍ରୀ ପଟ୍ଟନାୟକଙ୍କୁ ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ୍ଅଭିନନ୍ଦନ ଜଣାଇବା ସହିତ ଏହାର କର୍ମକର୍ତ୍ତାମାନେ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ।

ନାଇଜେରିଆରେ ୨୦୦୬ ମସିହାରେ ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ୍ଗଠନ ହୋଇଥିଲା ଓ ରଥଯାତ୍ରା ଆରମ୍ଭ କରାଯାଇଥିଲା। ୨୦୧୭ ଫେବୃଆରୀରେ ଏଠାରେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ଓଡ଼ିଶାର ପଥର ଶିଳ୍ପୀଙ୍କ ଦ୍ୱାରା କରାଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ଓସାନ୍କାର୍ଯ୍ୟକାରୀ କମିଟି ପକ୍ଷରୁ ପ୍ରକାଶିତ ‘ଶ୍ରୀ ଲର୍ଡ ଜଗନ୍ନାଥ’ ବାର୍ଷିକ ମୁଖପତ୍ରକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆଜି ପ୍ରଦାନ କରାଗଲା। ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ମନ୍ଦିର ସୁଦୁର ନାଇଜେରିଆରେ କରାଯାଇଥିବାରୁ ଓସାନ୍କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ୍ପକ୍ଷରୁ ଭେଟିଥିବା କର୍ମକର୍ତ୍ତାମାନେ ହେଲେ କ୍ୟାପଟେନ୍ଡି.କେ. ମିଶ୍ର, ଶରତ ସାହୁ, ପ୍ରଶନ କୁମାର ଜେନା, ସଂଜୟ ସାହୁ, ହାଡ଼ିବନ୍ଧୁ ରାଉତ ଏବଂ ରମେଶ ବିଶ୍ୱାଳ।