ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ-ଚାନ୍ଦବାଲି ରାସ୍ତାର ତିହିଡ଼ି ଥାନା ଅଧୀନ ଫତେପୁର ଛକରେ ଥିବା ମା’ ତାରିଣୀଙ୍କ ମନ୍ଦିରରୁ ମଙ୍ଗଳବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ ଯେ ଦୁର୍ବୁତମାନେ ମଙ୍ଗଳବାର ବିଳମ୍ବିତ ରାତିରେ ମନ୍ଦିରର ଗେଟ୍ ତାଲା ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରି ମା’ ତାରିଣୀଙ୍କ ମନ୍ଦିରର ଦାନ ବାକ୍ସ ଭାଙ୍ଗି ଟଙ୍କା ନେଇ ଯାଇଥିବା ବେଳେ ମା’ଙ୍କ ସୁନା ରୂପା ଅଳଙ୍କାର ଚୋରି କରି ନେଇ ଯାଇଛନ୍ତି। ଫତେପୁର ଗ୍ରାମର ଶଶିକାନ୍ତ ନାୟକ ବୁଧବାର ସକାଳେ ମନ୍ଦିର ଗେଟ୍ ଖୋଲିବାକୁ ଯାଇ ମନ୍ଦିରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ପରେ ସେ ଏ ସମ୍ପର୍କରେ ତିହିଡ଼ି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ସେହିପରି ତିହିଡ଼ି ଅଂଚଳର ବିଭିନ୍ନ ସ୍ଥାନରୁ ୩ଟି ବାଇକ୍ ୨/୩ଦିନ ତଳେ ଚୋରି ହୋଇଥିବା ଅଭିଯୋଗ ହୋଇଛି। କାଳିମେଘା ମେଳନରୁ ଶିକ୍ଷାବିତ୍ ଗିରିଜା ରମଣ ଜେନାଙ୍କ ବାଇକ୍, ତିହିଡ଼ି ବଜାରରୁ ସାକିରୁଦ୍ଦିନ ଖାଁଙ୍କ ବାଇକ୍ ଓ ବାରୋ ପଂଚାୟତ ଅଧୀନ ଚବିଶପଡ଼ା ଗ୍ରାମର ସୁଶାନ୍ତ କୁମାର ମଲ୍ଲିକଙ୍କ ବାଇକ୍ ତାଙ୍କ ଘର ନିକଟରୁ ଚୋରି ହୋଇଥିବା ନେଇ ସେମାନେ ତିହିଡ଼ି ଥାନାରେ ଅଭିଯୋଗ କରିଛନ୍ତି।
ଫତେପୁର ଛକ ତାରିଣୀ ମନ୍ଦିରରୁ ଚୋରି
oplus_2