Odiapua.com

ଫଟୋଫିଲିକ୍ସ ସମ୍ବଲପୁରର ବାର୍ଷିକ ପୁରସ୍କାର ସମାରୋହ

ସମ୍ବଲପୁର ୧୬/୯ (ଓଡ଼ିଆ ପୁଅ) ଫଟୋଫିଲିକ୍ସ ସମ୍ବଲପୁର ୧୫ ତାରିଖ ରବିବାର ଦିନ ସ୍ଥାନୀୟ ଅପ୍ସରା ହୋଟେଲ ଠାରେ ଚାରୁକଳା ଫଟୋଗ୍ରାଫର ଅରବିନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେଏକ ପୁରସ୍କର ବିତରଣ ଉତ୍ସବର ଆୟୋଜନ କରିଅଛି। ପ୍ରଥମେ ବିକାଶ ପଲସାନିଆ ସମସ୍ତ ଅତିଥି, ନିମନ୍ତ୍ରି୍ରତ ଅତିଥି ଓ ସଭ୍ୟ ମାନଙ୍କୁ ସ୍ୱାଗତ କଲାପରେ, ଅଧ୍ୟକ୍ଷ ଅରବିନ୍ଦ ମିଶ୍ର ଫଟୋଫିଲିକ୍ସର ଜନ୍ମଦାତା, କିମ୍ବଦନ୍ତୀ ପୁରୁଷ ସ୍ୱ. ପି.ସି.ଦାସଙ୍କୁ ମନେପକାଇ ଫଟୋଫିଲିକ୍ସର ଇତିହାସ ଏବଂ ଏହାର ସଭ୍ୟମାନେ ପାଇଥିବା ଆର୍ନ୍ତଜାତୀୟ ଓ ଜାତୀୟ ସମ୍ମାନ ବିଷୟରେ ସମ୍ୟକ ସୂଚନା ଦେଇଥିଲେ।

ମୁଖ୍ୟ ଅତିଥି ସାଧୁ ଚରଣ ପଣ୍ଡା ପୂର୍ବତନ କୂଳପତି ସଂସ୍କୃତି ବିଶ୍ୱବିଦ୍ୟାଳୟ ତାଙ୍କ ଅଭିଭାଷଣରେ ଚିତ୍ର ଓ ଆଲୋକ ଚିତ୍ରର ପ୍ରଭେଦ ଏବଂ କିପରି ଏକ ଆଲୋକ ଚିତ୍ର କଳାତ୍ମକ ହୋଇପାରେ ଉଦାହରଣ ଦେଇ ବୁଝାଇଥିଲେ। ଇତିହାସର ପୃଷ୍ଠଭୂମିରେ ସମ୍ବଲପୁରର ପୁରାତନ ଓ ନୁତନ ପୀଢିର ଫଟୋଗ୍ରାଫର ମାନଙ୍କ ଉପରେ ଆଲୋକପାତ କରିଥିଲେ। ସେ ମଧ୍ୟ ପକ୍ଷୀମାନଙ୍କ ଗବେଷଣାରେ ପ୍ରକୃତି ଫଟୋଗ୍ରାଫର ମାନଙ୍କ ଅବଦାନ ବିଷୟରେ ସଂକ୍ଷେପରେ କହିଥିଲେ।

ଅଭୟ କୁମାର ପାଢୀ, ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ ପ୍ରସାର ଭାରତୀ କହିଲେ ଯେ ପ୍ରଥମେ ଫଟୋଗ୍ରାଫି ବିଜ୍ଞାନ ଥିଲା, ବିଜ୍ଞାନର ଦ୍ରୁତ ବିକାଶ ଯୋଗୁଁ ଏହା ଏବେ ସମସ୍ତଙ୍କ ପାଖରେ ଉପଲବ୍ଧ। ତେଣୁ ଏହାର ଉକ୍ରୃଷ୍ଟତା ବର୍ତ୍ତମାନ କେବଳ କଳାରେ ସୀମିତ ରହିଛି। ପ୍ରଥମେ ଏହା ଆଲୋକରୁ ଆରମ୍ଭ ହୋଇ ଅନ୍ଧାର କୋଠରୀରେ ସମାପ୍ତ ହେଇଥିଲା। ଏହି ବ୍ୟତିକ୍ରମ ବର୍ତ୍ତମାନ ସୁଦୂର ପ୍ରସାରିତ ହୋଇଅଛି। ଦୃଶ୍ୟ ଜିନିଷରେ ଦୃଷ୍ଟି ଓ ଦୃଷ୍ଟିଭଙ୍ଗି ଜଣେ ପଟୋଗ୍ରାଫରକୁ ଅନ୍ୟମାନଙ୍କ ଠୁଁ ଅଲଗା କରିଥାଏ।

ଏହାପରେ ମୁଖ୍ୟବକ୍ତା ଶାନ୍ତି ରଂଜନ ମଣ୍ଡଲ ନିଜର ଅଭିଞତା ଦ୍ୱାରା କିପରି କେମେରାରେ ଫଟୋ ସୃଷ୍ଟି କରାଯାଇପାରିବ ସେ ବିଷୟରେ କଂପ୍ୟୁଟର ସହାୟତାରେ ଏକ ଘଂଟାର ସିଗ୍ନେଚର ବିଷୟକ ଏକ ସାରଗର୍ଭକ ଭାଷଣ ଦେଇଥିଲେ।

ସଭା ଶେଷରେ ଶ୍ରୀ ମଣ୍ଡଲଙ୍କୁ ସମ୍ମାନଜନକ ଫେଲୋ ଫଟୋଫିଲିକ୍ସ, ସତ୍ୟଜିତ ମଜୁମଦାରଙ୍କୁ ସମ୍ମାନଜନକ ଫଟୋଫିଲିକ୍ସ ସମ୍ମାନରେ ଭୁଷିତ କରାଗଲା। ଗତବର୍ଷ ଯେଉଁ ସଭ୍ୟମାନେ ବିଭିନ୍ନ ଅନୁଷ୍ଠାନମାନଙ୍କ ଠାରୁ ଆର୍ନ୍ତଜାତୀୟ ଓ ଜାତୀୟ ସମ୍ମାନ ପାଇଥଲେ ସେମାନଙ୍କୁ ମଧ୍ୟ ସମ୍ମାନିତ କରାଗଲା। ସତ୍ୟଜିତ ପଣ୍ଡା ଧନ୍ୟବାଦ ଦେଲା ପରେ ସଭା ସାଂଗ ହେଲା। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଶଶାଂକ ପୁରୋହିତ, ଶତିଶ୍ ପୁଜାରୀ, ସୁନୀଲ ପୁଜାରୀ, ପବିତ୍ର ତ୍ରିପାଠୀ, ଶୁଧାଂଶୁ ଦଲପତ, ଶଶୀ ପଣ୍ଡା ଇତ୍ୟାଦି ଉପସ୍ଥିତ ଥିଲେ। ଏହି ସଭାକୁ ପରିଚାଳନା କରିଥିଲେ ରଂଜିତ ସାହୁ।