Odiapua.com

ଫକିରାବାଦ ମର୍କେଜୀ ମସଜିଦ ପରିଦର୍ଶନକଲେ ଜିଲ୍ଲାପାଳ

କେନ୍ଦ୍ରାପଡା, ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଫକିରାବାଦର ମର୍କେଜି ମସଜିଦକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ଏହି ମସଜିଦର ଉନ୍ନୟନ ପାଇଁ ଘୋଷଣା କରିଥିବା ଏକ କୋଟି ଟଙ୍କାର ସରକାରୀ ଅନୁଦାନରେ କିଭଳି ମସଜିଦର ଉନ୍ନତି କରଣ ଓ ସୈାନ୍ଧର୍ଯ୍ୟକରଣ ହେବ ସେ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଋତୁରାଜ ସ୍ଥାନୀୟ ଅଧିବାସୀ ତଥା ମସଜିଦର କର୍ମକର୍ତ୍ତା ସମ୍ପାଦକ ମୀର ଖଲିଲଉଲ୍ଲା, ସୟଦ ଅକମଲ ଅଲ୍ଲୀ, ମହମ୍ମଦ ଅମୀର, ସେକ ଲିୟାକତ ଅଲ୍ଲୀ, ମହମ୍ମଦ ଜାକିର, ଅବଦୁଲ ରକିବ ଖାଁଙ୍କ ସହ ଆଲୋଚନା କରିଥିଲେ। ମସଜିଦ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ୱାଗତ କରାଯାଇଥିଲା। ଜିଲ୍ଲାପାଳଙ୍କ ସହିତ ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।