Odiapua.com

ପଢ଼ିଆରିପଲ୍ଲୀ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ

ହାଟଡ଼ିହି-୨୨ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି । ରାଜେନ୍ଦ୍ର କୁମାର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ନିରୁପମା ପାତ୍ରଙ୍କ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ , ସମ୍ମାନୀତ ଅତିଥିଭାବେ ପୁର୍ବତନ ବିଇଓ ସୁରଥ କୁମାର ସାହୁ, ଶିକ୍ଷାବିତ ବୃନ୍ଦାବନ ରାଉତ, ପଞ୍ଚାୟତ ବିଜେଡି ସଭାପତି ଆନନ୍ଦ ଚନ୍ଦ୍ର ରାଉତ, ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରା , ପୁର୍ବତନ ବିଜେଡି ସଭାପତି ଚକ୍ରଧର ପାତ୍ର, ଅତିଥି ଭାବେ ଯୋଗଦେଇ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହିତ ଏହି ଯୋଜନା ଦ୍ୱାରା ଲୋକମାନେ କିପରି ଉପକୃତ ହେବେ ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ । ପ୍ରଥମକରି ସାରା ଭାରତବର୍ଷରେ ଏକମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେକି ଏପରି ଏକ ଜନମଙ୍ଗଳ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଯାହାକି ଗରିବ ଲୋକମାନଙ୍କ କାମରେ ଲାଗିପାରିବ ବୋଲି ବିଧାୟକ ଶ୍ରୀଯୁକ୍ତ ସେଠୀ ମତବ୍ୟକ୍ତ କରିଥିଲେ । ବିଶେଷକରି ଏହି କାର୍ଡ ଅନ୍ୟ କାହା ହାତକୁ ନଦେବାପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପିଇଓ ତୁଳାରାମ ମୁର୍ମୁ, ଜିଆରଏସ ଅଜୟ ଦାସ, ବିକ୍ରମ ବାହାଦୁର ଛେତ୍ରୀ, ଗୋଲେଖ ପ୍ରସାଦ ରାଉତ, ନିରଞ୍ଜନ ଦେହୁରୀ, ସତ୍ୟ କୁମାର ନାୟକ, ହରିହର ପାତ୍ର, ସତ୍ୟ ସଂଗ୍ରାମ ନାୟକ, ଭଞ୍ଜ କିଶୋର ନାଇକ, ଶିବପ୍ରସାଦ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ଏକ ହଜାରରୁ ଉର୍ଦ୍ଧ ମହିଳା ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଏହି ପଞ୍ଚାୟତରେ ମୋଟ ୧୭୪୦ଜଣ ରେସନକାର୍ଡଧାରୀଙ୍କୁ ସ୍ମାର୍ଟକାର୍ଡ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ସୁଚନା ଦେଇଛନ୍ତି ।